ଫିଲ୍ମ ଷ୍ଟାଇଲରେ ଡକାୟତି:  ଗ୍ୟାଙ୍ଗରେ ସାମିଲ ପୁଲିସ ଓ ନେତା  । ଆନ୍ଧ୍ରର ଦୁଇ ବ୍ୟକ୍ତିଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା

652

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ହେଉଛି ଡକାୟତି  । ଆଉ ଏହି ଡକାୟତି ଗ୍ୟାଙ୍ଗରେ ଅଛନ୍ତିି ପୁଲିସ ଓ ନେତା ।  ଲକ୍ଷାଧିକ ଟଙ୍କା ଲୁଟ ମାମଲାରେ ପୁଲିସ ଏଭଳି ଏକ ଗ୍ୟାଙ୍ଗ୍କୁ ଠାବ କରିବାରେ ସଫଳ ହୋଇଛି । କୋରାପୁଟ ଲମତାପୁଟ ଅଞ୍ଚଳରୁ ଆସିଛି ଏଭଳି ଖବର ।

ଆନ୍ଧ୍ରର ଦୁଇ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲୁଟ କରିଥିଲେ ଅଭିଯୁକ୍ତମାନେ । ଗୁୁରୁବାର ଆନ୍ଧ୍ରପ୍ରଦେଶର ଆଣ୍ଟିପାଖ ଗାଁର ଦୁଇ ବ୍ୟକ୍ତି କାମେଡି ଚିଟିବାବୁ ଏବଂ ବିଶୋଇ ଭୀମଧର ପାୱାର ଟିଲର କିଣିବାକୁ ଜୟପୁର ଆସିଥିଲେ । ପ୍ରବଳ ଖରାଯୋଗୁ ରାସ୍ତାରେ ବିଶ୍ରାମ ନେଉଥିଲେ । ଏହି ସମୟରେ ୫ ଅଭିଯୁକ୍ତ ଏକ କାରରେ ଆସି ସେମାନଙ୍କୁ ମାରପିଟ୍ କରି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଦୁର୍ବୁତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସୋମାନେ ଗାଡି ଚଢାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏନେଇ ପାଡୁଆ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୂର୍ବତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ଗୁଣ୍ଡା, ପାଡୁଆ ଥାନାରେ କାର୍ଯ୍ୟରତ ଦୁଇ ଗୃହରକ୍ଷୀ ଡମ୍ବରୁଧର ମାଝି, ଅର୍ଜୁନ ପାଙ୍ଗୀ  ଏବଂ ଗ୍ରାମରକ୍ଷୀ ନୀଳକଣ୍ଠ ପାଙ୍ଗୀ ।