ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ୪ବର୍ଷରେ ବଢ଼ିଛି ଦେଶରେ ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟା । ଗୋଆରେ ସର୍ବାଧିକ

203

କନକ ବ୍ୟୁରୋ: ଚିନ୍ତା ବଢାଉଛି ଡାଏବେଟିସ୍ ରୋଗ । ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆରର ତଥ୍ୟ ମୁତାବକ, ଗତ ୪ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୯ରେ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଥିଲେ । ୪ ବର୍ଷ ମଧ୍ୟରେ ଆଉ ୩ କୋଟିରୁ ଅଧିକ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୟୁକେ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ଆଇସିଏମଆରର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ, ଏବେ ଦେଶରେ ୧୩ କୋଟି ୬୦ ଲକ୍ଷ ଲୋକ ପ୍ରାରମ୍ଭିକ ମଧୁମେହ ରୋଗର ପୀଡିତ ଅଛନ୍ତି । ଯାହା ଆମ ଦେଶର ଜନସଂଖ୍ୟାର ୧୫ ଦଶମିକ୍ ୩ ପ୍ରତିଶତ । ଭାରତରେ ସବୁଠୁ ଗୋଆରେ ୨୬ ଦଶମିକ୍ ୪ ପ୍ରତିଶତ ଲୋକ ଡାଏବେଟିସ ରୋଗରେ ପୀଡିତ ଅଛନ୍ତି । ଏହା ପଛକୁ ପୁଡୁଚେରୀର ୨୬ ଦଶମିକ୍ ୩ ପ୍ରତିଶତ, କେରଳରେ ୨୫ ଦଶମିକ୍ ୫ ପ୍ରତିଶତ ଲୋକେ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ।

ଦେଶରେ ହାରାହାରି ୧୧ ଦଶମିକ ୪ ପ୍ରତିଶତ ଲେେକେ ମଧୁମେହ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ରହିଛି । ଉତରପ୍ରଦେଶ, ବିହାର, ଅରୁଣାଚଂଳ ପ୍ରଦେଶ ଭଳି କମ ମଧୁମେହ ରୋଗୀ ଥିବ ରାଜ୍ୟରେ ଏହି ରୋଗ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି । ଜୀବନଶୈଳୀରେ ପରିବର୍ତନ ନହେବା ସତ୍ୱେ ବି ଯୁବପିଢୀ ଏବଂ ପିଲାଙ୍କ ଠାରେ ଡାଏବେଟିସ୍ ରୋଗ ହେବାର ଆଶଙ୍କା ଅଧିକ ରହିଛି ।