ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଭେଟିବେ ୨୪ ନାମିଦାମୀ ଲୋକଙ୍କୁ

94

କନକ ବ୍ୟୁରୋ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା କାଲିଠୁ ୨୪ତାରିଖ ଯାଏଁ ଆମେରିକାରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ଭାରତ ପାଇଁ ବଡ ଫାଇଦା ଦେଇପାରେ । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସୁପର ପାୱାର ବନାଇଲା ଭଳି ଏକ ବଡ ଡିଲ୍ ହୋଇପାରେ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବଡ ବଡ କମ୍ପାନୀର ଲିଡରଙ୍କୁ ଭଟିବେ । ଏହି ତାଲିକାରେ ଦୁନିଆର ସବୁଠୁ ଧନୀ ବା ଟେସଲାର ସିଇଓ ଏଲନ ମସ୍କ ସାମିଲ ଅଛନ୍ତି ।

ପିଏମ୍ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସମୟରେ ନ୍ୟୁୟର୍କରେ ରହୁଥିବା ଭାରତୀୟ ସଂଗୀତଜ୍ଞ ଫାଲଗୁନୀ ଶାହାଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବାକୁ ଥିବା ୨୪ ଲୋକଙ୍କ ତାଲିକା ମଧ୍ୟରେ ନାମିଦାମୀ ଇକୋନୋମିଷ୍ଟ୍, ଅଭିନେତା, ଏବଂ ବୈଜ୍ଞାନିକଙ୍କ, ସଂଗୀତଜ୍ଞ, ବିଜନେସ୍ ମ୍ୟାନଙ୍କୁ ଭେଟିବେ । ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମେତ ବୈଜ୍ଞାନିକ ନୀଲ ଡେଗ୍ରେସ୍ ଟାଇସନ୍ ଏବଂ ଗ୍ରାମୀ ପୁରସ୍କାର ବିଜେତା ବିଜେତା ପ୍ରବାସୀ ଭାରତୀୟ ଫାଲଗୁନୀ ଶାହା ସାମିଲ ଅଛନ୍ତି ।

ଏଲନ୍ ମସ୍କ ତାଙ୍କର ଟେସଲା କାରକୁ ଭାରତ ଆଣିବା ପାଇଁ ସଂକେତ ଦେଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରିନି । କାହିଁକି ନା ଭାରତ କାର ଉପରେ ଲଗାଉଥିବା ଟ୍ୟାକ୍ସକୁ କମାଇବା ପାଇଁ ଏଲନ୍ ମସ୍କ ଯେଉଁ ଅନୁରୋଧ କରିଥିଲେ ତାକୁ ଖାରଜ କରିଦେଇଛି ଭାରତ ।
ପିଏମ୍ ମୋଦୀ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ବିଜେତା ପାଲ ସେମର ସହ ମଧ୍ୟ ଭେଟିବେ । ଶେମର ବିଶ୍ୱ ବ୍ୟାଙ୍କରେ ଚିଫ୍ ଇକୋନୋମିଷ୍ଟ୍ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଏହା ସହିତ ପିଏମ୍ ମୋଦୀ ବିଶ୍ୱର ବୃହତ୍ତମ ହେଜ୍ ପାଣ୍ଠି ବ୍ରିଜ୍ ୱାଟର୍ ଆସୋସିଏଟ୍ସର ପ୍ରତିଷ୍ଠାତା ରାଇ ଡାଲିଓଙ୍କୁ ମଧ୍ୟ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆମେରିକା ଗସ୍ତରେ ମାଇକେଲ ଫ୍ରୋନଙ୍କୁ ମଧ୍ୟ ଭେଟିବେ। ମାଇକେଲ ଫ୍ରୋନ୍, ୨୦୧୩ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତିଙ୍କ ସହକାରୀ ଥିଲେ