ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ସମ୍ମିଳନୀ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା।

121

କନକ ବ୍ୟୁରୋ : ସାଧାରଣ ବଜେଟ ପୂର୍ବରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ତିନିଦିନିଆ ଜାତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇସାରିଛି । ଏଥିରେ ବିଶେଷ କରି ଅର୍ଥବ୍ୟବସ୍ଥା, ଚାକିରୀ ଭଳି ଅନେକ ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏବଂ ଶନିବାର ଦିନ ଅଧ୍ୟକ୍ଷତା କରିବେ । ସମ୍ମିଳନୀର ପ୍ରଥମ ଦିନରେ ବିକଶିତ ଭାରତ: ଶେଷ ପର୍ଯ୍ୟନ୍ତ ପହଞ୍ଚିବା ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ନିତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ମଧ୍ୟ ନିଜର ଏକ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ସମ୍ମିଳନୀରେ କେନ୍ଦ୍ର ସରକାର, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ବିଷୟଗତ ବିଶେଷଜ୍ଞଙ୍କୁ ମିଶାଇ ମୋଟ ୨ ଶହରୁ ଅଧିକ ଜଣ ସାମିଲ ହୋଇଛନ୍ତି ।