ଅନାସ୍ଥା ପ୍ରସ୍ତାବରେ ମୋଦୀଙ୍କ ବିବୃତ୍ତି । କହିଲେ, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ । ଦେଶର ଜନସାଧାରଣ ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି । 

131

କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବରେ ଲୋକସଭାରେ ବିବୃତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଜନସାଧାରଣ ବାରମ୍ବାର ଆମ ପ୍ରତି ବିଶ୍ୱାସ ଦେଖାଇଛନ୍ତି । ଏଥିପାଇଁ ଦେଶର ଜନତାଙ୍କ ପ୍ରତି ମୁଁ କୃତଜ୍ଞ । ତେବେ ଭଗବାନ ବେଶ ଦୟାଳୁ ଅଟନ୍ତି । ସେ କାହା ମାଧ୍ୟମରେ ବି ନିଜର ଇଚ୍ଛାକୁ ପୂର୍ଣ୍ଣ କରିଥାନ୍ତି । ତେଣୁ ଭଗବାନ ବିରୋଧୀଙ୍କୁ ସଦବୁଦ୍ଧି ଦେଇଥିବାରୁ, ସେମାନେ ଆମ ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି ମୋଦୀ କହିଛନ୍ତି ।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି, “ ୨୦୧୮ରେ ମଧ୍ୟ ବିରୋଧୀ ଏପରି ପ୍ରସ୍ତାବ ଆଣିଥିଲେ । ସେତେବେଳେ ବି ମୁଁ କହିଥିଲି, ଅବିଶ୍ୱାସ ପ୍ରସ୍ତାବ ଆମ ସରକାରର ଫ୍ଲୋର ଟେଷ୍ଟ ନୁହେଁ  ବରଂ ଏହା ସେମାନଙ୍କ ପାଇଁ ଫ୍ଲୋର ଟେଷ୍ଟ । ୨୦୧୮ ମସିହାରେ ଯେତେବେଳେ ଯେତେବେଳେ ମତଦାନ ହେଇଥିଲା , ସେତେବେଳେ ବିରୋଧୀଙ୍କ ପାଖରେ ଯେତିକି ଭୋଟ୍ ଥିଲା, ସେତିକି ବି ସେମାନେ ଜମା କରିପାରିନଥିଲେ । କେବଳ ସେତିକି ନୁହେଁ ଯେତେବେଳେ ଆମେ ଜନତାଙ୍କ ପାଖକୁ ଯାଇଥିଲୁ । ସେତେବେଳେ ଲୋକମାନେ ବି ପୂରା ବିଶ୍ୱାସର ସହ ବିରୋଧୀଙ୍କ ପ୍ରତି ଅନାସ୍ଥା ଦେଖାଇଥିଲେ । ଆଉ ନିର୍ବାଚନରେ ବିଜେପି ଏବଂ ଏନଡିଏକୁ ଅଧିକ ସିଟ୍ ମିଳିଥିଲା । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଆମ ପାଇଁ ଶୁଭଙ୍କର ଅଟେ ।”

ତେବେ ୨୦୨୪ ସାଧାରଣ ନିର୍ବାଚନ ନେଇ ଲୋକସଭାରେ ଆଜି ବଡ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ସାଧାରଣ ନିର୍ବାଚନରେ ଏନଡିଏ ଏବଂ ବିଜେପି ସବୁ  ପୁରୁଣା ରେକର୍ଡ ଭାଙ୍ଗି, ପୁଣି ସରକାର ଗଢିବ ବୋଲି ମୋଦୀ କହିଛନ୍ତି । ତେବେ ବିରୋଧୀ ଦଳଙ୍କ ଆଚରଣ ପ୍ରମାଣ କରିଦେଇଛି ଯେ, ସେମାନଙ୍କ ପାଇଁ ଦେଶ ନୁହେଁ ଦଳ ବଡ । ଏହାସହ ତାଙ୍କ ପାଖରେ ଗରିବୀର ଭୋକ ନାହିଁ, ବରଂ ସତ୍ତାର ଭୋକ ରହିଛି ବୋଲି ମୋଦୀ କହିଛନ୍ତି ।