ଜଳିଗଲା ଗଲା କୋଟି କୋଟି ଟଙ୍କା ମୂଲ୍ୟର ପାଇପ: ବସୁଧା ଜଳ ଯୋଗାଣ ପ୍ରକଳ୍ପ ପାଇଁ ରଖାଯାଇଥିଲା ପ୍ଲାଷ୍ଟିକ ପାଇପ

342

କନକ ବ୍ୟୁରୋ: ନିଆଁରେ ପୋଡି ଗଲା ପାନୀୟ ଜଳ ପ୍ରକଳ୍ପ ପାଇଁ ରଖାଯାଇଥିବା କୋଟି କୋଟି ଟଙ୍କା ମୂଲ୍ୟର ପାଇପ । ପିଇବା ପାଣି ଯୋଗାଣ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଠାରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ ଚାଲୁଛି । ହେଲେ ଶନିବାର ବିଳମ୍ବିତ ରାତିରେ ଗାଇସିଲେଟ ତେଲିପୁଖାପାଣି ଠାରେ ଥିବା କୋଟି କୋଟି ଟଙ୍କାର ପ୍ଲାଷ୍ଟିକ ପାଇପରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ବେଶ ଭୟଙ୍କର ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଥ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ । ଗାଇସିଲେଟ ବ୍ଲକ ପାଇଁ ହୀରାକୁଦ ନଦୀବନ୍ଧଠାରୁ ପାନୀୟ ଜଳ ପାଇଁ ବସୁଧା ଜଳ ଯୋଗାଣ ଅନ୍ତର୍ଗତ ଏହି ପାଣି ପାଇପ ନିଆଁରେ ଜଳିଯାଇଛି ।