ଗୁରୁ ଶିଷ୍ୟଙ୍କ ନିଆରା ସମ୍ପର୍କ: ଅସୁସ୍ଥ ଛାତ୍ରଙ୍କୁ ଭେଟିବା ପାଇଁ ଦୂରରୁ ଛୁଟି ଆସିଲେ ଗୁରୁ

153

କନକ ବ୍ୟୁରୋ: ଗୁରୁ ସବୁବେଳେ ପୂଜନୀୟ । ଗୁରୁ ଶିଷ୍ୟର ସମ୍ପର୍କ ସବୁବେଳେ ସ୍ମରଣୀୟ । ଗୁରୁଙ୍କ ଆଶୀର୍ବାଦ ଆଉ ଉଦାରତା ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ସଦାସର୍ବଦା ରହିଥାଏ । ଗୁରୁ ଆଉ ଶିଷ୍ୟର ଏମିତି କିଛି ହୃଦୟକୁ ଛୁଇଁଲାଭଳି ଦୃଶ୍ୟ ଦେଖିବାକୁ ବାରିପଦା ବାଙ୍ଗିରିପୋଷି କେନ୍ଦୁଡିହା ଗାଁରେ । ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଦେଖିବାକୁ ଦୂରରୁ ଛୁଟିଆସିଛନ୍ତି ଗୁରୁ ଭାସ୍କର ଦ୍ୱିବେଦୀ । ଜଗନ୍ନାଥ ଖୁଂଟା ହାଇସ୍କୁଲରେ ଶିକ୍ଷାଦାନ କରୁଥିଲେ ଭାସ୍କର ଦ୍ୱିବେଦୀା , ହେଲେ ୫୦ ବର୍ଷର ଅନ୍ତରାଳେ ବି ଭୁଲିନାହାନ୍ତି ଛାତ୍ରଙ୍କୁ । ଛାତ୍ର ସୁଭାକର ସିଂ ଚାକିରୀରୁ ଅବସର ନେବା ପରେ ପକ୍ଷାଘାତରେ ପୀଡିତ ରହିଛନ୍ତି । ଆଉ ତାଙ୍କୁ ଦେଖିବାକୁ ଗୁରୁ ଆସିଥିବା ବେଳେ ଗୁରୁଙ୍କୁ ଦେଖି ଛାତ୍ର ଜଣକ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ । ସେହିଭଳି ଗୁରୁ ଭାସ୍କର ପାଖରେ ଥିବା ଅନ୍ୟ ଛାତ୍ର ମାନଙ୍କୁ ସାକ୍ଷାତ କରିଥିଲେ । ଗୁରୁ ଓ ଛାତ୍ର ମାନଙ୍କର ଏହି ମିଳନ ଦୃଶ୍ୟ ସମସ୍ତଙ୍କ ହୃଦୟକୁ ବେଶ ଛୁଇଁପାରିଥିଲା ।