ଅପରେସନ୍ ବାହାନାରେ ମହିଳାଙ୍କ କିଡନୀ କାଢିନେଲେ ଡାକ୍ତର । ହସ୍ପିଟାଲ ବାହାରେ ସମ୍ପର୍କୀୟଙ୍କ ହଙ୍ଗାମା

637

କନକ ବ୍ୟୁରୋ: ପେଟରେ ଯନ୍ତ୍ରଣା ହେବାରୁ ଏକ ଘରୋଇ ହସ୍ପିଟାଲକୁ ଗଲେ ମହିଳା । ତୁରନ୍ତ ଅପରେସନ୍ କରିବାକୁ କହିଥିଲେ ଡାକ୍ତର । ଅପରେସନ୍ ପରେ ବି ମହିଳାଙ୍କ ଯନ୍ତ୍ରଣା ନକମିବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରକୃତରେ ତାଙ୍କର ଦୁଇଟିଯାକ କିଡନୀ କଢାଯାଇଥିବାରୁ ଏପରି ଯନ୍ତ୍ରଣା ହେଉଥିବା ଡାକ୍ତର କହିଥିଲେ ।

ଏପରି ଘଟଣା ଘଟିଛି ବିହାର ମଜାଫରପୁର ଜିଲ୍ଲା ସକରା ଥାନା ବାଜିରାଉତ ଗାଁରେ । ମହିଳାଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ମହିଳାଙ୍କ କିଡନୀ କାଢି ନିଆଯାଇଛି ବୋଲି ସେତେବେଳେ ଜଣାପଡିଲା ଯେତେବେଳେ ଅପରେସନ୍ ପରେ  ତାଙ୍କ ପେଟରେ ଯନ୍ତ୍ରଣା ଅଧିକ ହୋଇଥିଲା । ସେଠିକାର ଡାକ୍ତର ଆଉ ଏକ ହସ୍ପିଟାଲକୁ ରେଫର କରିଦେଇଥିଲେ । ସେଠାରେ ପହଞ୍ଚି ସେମାନଙ୍କୁ ସତ୍ୟାସତ୍ୟ ଜଣାପଡିଲା । ଏହାପରେ ସୋନେ ଯାଇ ପୂର୍ବ ହସ୍ପିଟାଲରେ ହଙ୍ଗାମା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି ।