କରୋନା ମହାମାରୀ ପରେ ଚାକିରୀ ହରାଉଛନ୍ତି ଲୋକ। ଛଟେଇ କରୁଛନ୍ତି ବଡ ବଡ କମ୍ପାନୀ।

2,054

କନକ ବ୍ୟୁରୋ: କରୋନା ମହାମାରୀ ଯେତେବେଳେ ସାରା ବିଶ୍ୱକୁ କବଳିତ କରି ରଖିଥିଲା, ସେତେବେଳେ ହଜାର ହଜାର ଲୋକ ଚାକିରି ହରାଉଥିଲେ । ଏଭଳି ଘଡ଼ିସନ୍ଧିମୂହୂର୍ତରେ ବଡ଼ ସୁଯୋଗ ସୃଷ୍ଟି କରିଥିଲେ ଆଇଟି କମ୍ପାନୀ । ଘରେ ବାନ୍ଧି ହୋଇ ରହିଥିବା ଲୋକମାନେ ପ୍ରଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳ ହୋଇପଡ଼ିଥିଲେ । ଆଉ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଯୁକ୍ତି କମ୍ପାନୀ ଗୁଡ଼ିକ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କିନ୍ତୁ କରୋନା ମହାମାରୀ କମିଥିବା ବେଳେ ପ୍ରଯୁକ୍ତିକୁ ଆଉ ପୂର୍ବ ପରି ବ୍ୟବହାର କରୁନାହାନ୍ତି । ଯାହାକୁ ନେଇ କମ୍ପାନୀ ଗୁଡ଼ିକର ଚିନ୍ତା ବଢିଛି । କର୍ମଚାରୀ ପରିଚାଳନା ପାଇଁ ବ୍ୟୟ ଅଧିକ ହେଉଥିବାରୁ ଛଟେଇ କରୁଛନ୍ତି କମ୍ପାନୀ । କରୋନା ସମୟର ମାତ୍ରାଧିକ ନିଯୁକ୍ତି ବର୍ତମାନର ଛେଟେଇର କାରଣ ବୋଲି କୁହାଯାଉଛି ।

ସୂଚନା ଅନୁସାରେ-
-ମାନବ ସମ୍ବଳ ଓ ପ୍ରତିଭା ଅନ୍ୱେଷଣ କ୍ଷେତ୍ରରେ ଅଧିକ ଛଟେଇ କରାଯାଇଛି
-ମାନବ ସମ୍ବଳ କର୍ମଚାରୀଙ୍କ ଭାଗ ସର୍ବାଧିକ ୨୮ ପ୍ରତିଶତ
-୨୨.୧ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଫ୍ଟୱେର ଇଞ୍ଜିନିୟର
-ଛଟେଇରେ ମାର୍କେଟିଂ କର୍ମଚାରୀଙ୍କ ଭାଗ ୭ ଦଶମିକ ୧ ପ୍ରତିଶତ
-ଗ୍ରାହକ ସେବା କର୍ମଚାରୀଙ୍କ ଭାଗ ରହିଛି ୪ ଦଶମିକ ୬ ପ୍ରତିଶତ
-ଛଟେଇ ହୋଇଥିବା ଅଧିକାଂଶ କର୍ମଚାରୀଙ୍କ ବୟସ ୩୦ରୁ ୪୦ ଭିତରେ
-ଛଟେଇ କର୍ମଚାରୀଙ୍କ ହାରାହାରି ଅଭିଜ୍ଞତା ପ୍ରାୟ ୧୨ ବର୍ଷ
-୨୦୨୨ରେ ୧ ଲକ୍ଷ ୬୫ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା
କରୋନା ସମୟରେ ଯେଉଁ କଂପାନୀ ଗୁଡ଼ିକ ଆଶୀର୍ବାଦ ଭଳି ଆଗେଇ ଆସିଥିଲେ, ଏବେ ଅତ୍ୟାଧିକ ନିଯୁକ୍ତି ପାଇଁ ଅଭିଶାପ ସାବ୍ୟସ୍ତ ହୋଇଛନ୍ତି କହିଲେ ହୁଏତ ଭୁଲ ହେବ ନାହିଁ ।