ଅବଢ଼ା ପେଜରୁ ବାହାରିବ ବିଶୁଦ୍ଧ ପାଣି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମାଣ ହେବ ପେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ

168

କନକ ବ୍ୟୁରୋ: ଅବଢ଼ା ପେଜରୁ ବାହାରିବ ବିଶୁଦ୍ଧ ଜଳ । ଏହି ଜଳ ବୃକ୍ଷରୋପଣରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ । ଫଳରେ ପେଜ ପାଇଁ ପରିବେଶ ଉପରେ ପଡ଼ୁଥିବା କୁ-ପ୍ରଭାବର ମାତ୍ରା ହ୍ରାସ ପାଇବ । ଏଭଳି କିଛି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଏକ ପେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ ପାଇଁଯୋଜନା କରାଯାଇଛି । ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁଥିବା ପେଜ ଏହି ପ୍ଲାଂଟରେ ବିଶୋଧିତ ହେବ । ଟ୍ରିଟମେଂଟ ପ୍ଲାଂଟରେ କେତେକ ପ୍ରକ୍ରିୟା ମାଧ୍ୟମରେ ପେଜକୁ ବିଶୁଦ୍ଧ ଜଳରେ ପରିଶତ କରାଯିବ । ଏହି ପ୍ରକଳ୍ପ ପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ତମାନ ଏହି ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ୨ରୁ ୩ ମାସ ମଧ୍ୟରେ ଏହି ପ୍ଲାଂଟ ସ୍ଥାପନ ନେଇ ଲକ୍ଷ୍ୟ ରଖାଯାଇଛି । ଦକ୍ଷୀଣ ପାଶ୍ୱର୍ ମଠ ପଛ ପାଖରେ ଏହା ପ୍ରତିଷ୍ଠା କରାଯିବ ।