ଜୁଲାଇ ୧୮ରେ ଏନଡିଏର ବୈଠକ । ସାମିଲ ହେବାକୁ ଚିରାଗଙ୍କୁ ମିଳିଲା ନଡ୍ଡାଙ୍କ ନିମନ୍ତ୍ରଣ ପତ୍ର । ପୁଣି ଏନଡିଏରେ ସାମିଲ ହେବ ଏଲଜେପି!

430

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । ଗୋଟିଏ ପରେ ବିରୋଧୀ କ୍ୟାମ୍ପ ଏକାଠି ହେଇ ବିଜେପି ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ନିଜ ପୁରୁଣା ସାଥୀଙ୍କୁ ପୁଣି ଏକାଠଇ କରିବା ଆରମ୍ଭ କରିଛି ବିଜେପି । ଆସନ୍ତା ୧୮ ତାରିଖରେ ଦିଲ୍ଲୀରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବାକୁ ଏଲଜେପି ନେତା ଚିରାଗ ପାଶୱାନଙ୍କ ପାଖକୁ ନିମନ୍ତ୍ରଣ ପଠାଇଛନ୍ତି ବିଜେପି ମୁଖିଆ ଜେପି ନଡ୍ଡା ।

ଆସନ୍ତା ଜୁଲାଇ ୧୮ ତାରିଖରେ ଏନଡିଏରେ ସାମିଲ ଥିବା ଦଳଙ୍କୁ ନେଇ ବୈଠକ ବସିବାକୁ ଯାଉଛି । ଏଥିରେ କିଛି ନୂଆ ଦଳ ମଧ୍ୟ ସାମିଲ ହେଇପାରନ୍ତି । ଆଉ ଏହି ବୈଠକରେ ସାମିଲ ହେବା ପାଇଁ ବିହାରର ଲୋକଜନଶକ୍ତି ପାର୍ଟିର ନେତା ଚିରାଗ ପାଶୱାନଙ୍କୁ ନଡ୍ଡା ନିମନ୍ତ୍ରଣ ପଠାଇଛନ୍ତି । କୁହାଯାଉଛି ଏହି ଦିନ ହିଁ ପୁଣିଥରେ ଏନଡିଏରେ ସାମିଲ ହେଇପାରେ ଏଲଜେପି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୯ରେ ଚିରାଗ ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିସାରିଛନ୍ତି । ଏହିଦିନ ନିତ୍ୟାନନ୍ଦ ରାୟ ମଧ୍ୟ ତାଙ୍କ ଆବାସକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କ ଭିତରେ ପ୍ରାୟ ୪୦ ମିନିଟ୍ ଧରି କଥାବାର୍ତ୍ତା ହେଇଥିବାବେଳେ, ଚିରାଗ ଏନଡିଏରେ ସାମିଲ ହେବା ଏକପ୍ରକାର ପକ୍କା ବୋଲି କୁହାଯାଉଛି ।