ବିବାଦରେ ଫଠାନ ସିନେମାର ଗୀତ ‘ବେସରମ ରଙ୍ଗ’, ଜବାବ ରଖିଲେ ଶାହାରୁଖ

398

କନକ ବ୍ୟୁରୋ : ସବୁଠି ଏବେ ଅପକମିଙ୍ଗ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚା । ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି   । ତେବେ ଏଥିରେ ଦୀପିକାଙ୍କ ଆଉଟଫିଟ୍ ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଘନେଇଛି । ତେବେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ବହୁ ଟ୍ରୋଲ ଦେଖିବାକୁ ମିଳିଛି । କେହି ଦୀପିକାଙ୍କ ବିକିନି ପିନ୍ଧାକୁ ନାପସନ୍ଦ କରିଛନ୍ତି ତ କେହି ବିକିନିର ଗେରୁଆ ରଙ୍ଗ ଆଉ କେହି ଏଥିରେ ଅଧିକ ଅଶ୍ଳିଳତା ପ୍ରଦର୍ଶନ କରାଯାଇଛି ବୋଲି ବିରୋଧ କରୁଛନ୍ତି । ଅନ୍ୟପଟେ ଅନେକ ଶାହାରୁଖ ଖାନଙ୍କୁ ମଧ୍ୟ ବିରୋଧ କରୁଛନ୍ତି । ତେବେ ବିବାଦ ବଢିବା ପରେ ମୁହଁ ଖୋଲିଛନ୍ତି ଶାହାରୁଖ ଖାନ୍ । କିଙ୍ଗ ଖାନ୍ ଫିଲ୍ମର ବିବାଦ ସମ୍ପର୍କରେ କିଛି ନକହି ପରୋକ୍ଷରେ ଏକ ସକରାତ୍ମକ ଢଙ୍ଗରେ ଦେଇଛନ୍ତି ଜବାବ । ସେ କହିଛନ୍ତି ଦୁନିଆ ଏବେ ସ୍ୱାଭାବିକ ହେଉଛି । ଆମେ ସମସ୍ତ ମଧ୍ୟ ବେଶ ଖୁସି ଅଛୁ । ଯେତେ ନକରାତ୍ମକ କଥା ଆଗକୁ ଆସିଲେ ମଧ୍ୟ ଏବେ ବି ଦୁନିଆରେ ଅନେକ ସକରାତ୍ମକ ଲୋକ ଜୀବିତ ଅଛନ୍ତି ।

କେବଳ ସୋସିଆଲ ମିଡ଼ିଆରେ ଫିଲ୍ମ ବୟକଟକୁ ନେଇ ଟ୍ରେଣ୍ଡ ଚାଲିନାହିଁ । ଏହାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରିବା ସହ ଶାହାରୁଖ ଓ ଦୀପିକାଙ୍କ ଫଟୋ ଏବଂ ପଠାନର ପୋଷ୍ଟର ଆଦି ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମଧ୍ୟପ୍ରଦେଶ ପରି ଉତରପ୍ରଦେଶର ଅନେକ ସ୍ଥାନରେ ମଧ୍ୟ ଫିଲ୍ମକୁ ବିରୋଧ କରାଯାଉଛି । ଗୁରୁବାର ମୁଠିଗଂଜ ଠାରେ ବିଜେପି କର୍ମୀ ଏକାଠି ହୋଇ ଦୀପିକା ଓ ଶାହାରୁଖଙ୍କ ପୋଷ୍ଟର ଜାଳିବା ସହ ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରିଛନ୍ତି । ଏହା ସହ ‘ହିନ୍ଦୁସ୍ଥାନ ଗେରୁଆ ରଙ୍ଗର ଅପମାନ ସହିବ ନାହିଁ’ ଏବଂ ‘ଶାହାରୁଖ ଖାନ୍ ମୁର୍ଦ୍ଦାବାଦ’ନାରା ଦେଇଛନ୍ତି । ସନ୍ଥ ସମାଜ ମଧ୍ୟ ଦୀପିକାଙ୍କ ବିକିନ ରଙ୍ଗକୁ ବିରୋଧ କରିଛି । ସାଧ୍ୱୀ ରୁତୁମ୍ଭରା କହିଛନ୍ତି, ଫିଲ୍ମରେ ଗେରୁଆ ରଙ୍ଗ ବସ୍ତ୍ରର ଉପଯୋଗ ଭୁଲ ଭାବେ କରାଯାଇଛି । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଗୀତକୁ ଠିକ କରିବା ସହ ଫିଲ୍ମର କିଛି ସିନକୁ ହଟାଇବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଭୋପାଳର ଏମପି-ନଗର, ଜ୍ୟୋତି ସିନେମା ହଲ୍ ନିକଟରେ ବଜରଙ୍ଗ ଦଳର କର୍ମୀ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ।

ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ର ବହୁ ଅଭିନେତା ଅଭିନେତ୍ରୀ ଦୀପିକାଙ୍କୁ ସମର୍ଥନ କରିଛନ୍ତି । ଅଭିନେତ୍ରୀ ସ୍ୱରା ଭାସ୍କର ରାଜନୀତି କରୁଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଯଦି ଆମ ନେତାଙ୍କର ଅଭିନେତ୍ରୀଙ୍କ କପଡ଼ା ଉପରୁ ନଜର ହଟନ୍ତା ତେବେ ନଜର କିଛି କାମ ବି କରିପାରନ୍ତେ ।