ତୱାଙ୍ଗ ସଂଘର୍ଷକୁ ନେଇ ଭାରତୀୟ ସେନାର ପ୍ରତିକ୍ରିୟା । ଚିଫ ଅଫ ଷ୍ଟାପ ଇଷ୍ଟର୍ଣ୍ଣ କମାଣ୍ଡ ରାଣା ପ୍ରତାପ କାଲିତା କହିଲେ ଏଭଳି କଥା

126

କନକ ବ୍ୟୁରୋ : ଅରୁଣାଚଳପ୍ରଦେଶ ତୱାଙ୍ଗରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଭାରତୀୟ ସେନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚିଫ ଅଫ ଷ୍ଟାପ ଇଷ୍ଟର୍ଣ୍ଣ କମାଣ୍ଡ ରାଣା ପ୍ରତାପ କାଲିତା କହିଛନ୍ତି ଯେ ତୱାଙ୍ଗ ସେକ୍ଟରରେ ସେନା ଦୃଢତାର ସହ ଚୀନର ସେନାର ମୁକାବିଲା କରିଥିଲେ । ଏହି ସମୟରେ କିଛି ଭାରତୀୟ ସେନା ଆହତ ହୋଇଥିବା ସେନାଧିକାରୀ କହିଛନ୍ତି । ଏଥିସହ ସେନାଧିକାରୀ କହିଛନ୍ତି ଯେ ସୀମାରେ ବର୍ତମାନ ସ୍ଥିତି ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ ଭିତରେ ରହିଛି । ମିଥ୍ୟା ଗୁଜବକୁ ପ୍ରଶୟ ଦେବା ଓ ବିଶ୍ୱାସ କରିବା ଅନୁଚିତ । ବୁମଲାରେ ଫ୍ଲାଗ ମିଟିଂ କରାଯାଇଛି ବିବାଦକୁ ସମାଧନ କରିବା ଉପରେ ଚର୍ଚ୍ଚା ହୋଇଛି । ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସୀମା ଉପରେ କଡ଼ା ନଜର ରଖିଛି । ଏଥିସହ ଦୁଇଦିନିଆ ସମରଭ୍ୟାସ କରିଛି ଭାରତୀୟ ବାୟୁସେନା । ଜଳ,ସ୍ଥଳ ଓ ଆକାଶପଥରୁ ଡ୍ରାଗନ ଉପରେ ତୀକ୍ଷଣ ନଜର ରଖାଯାଇଛି ।