ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି। ଓଡ଼ିଶା, ତାମିଲନାଡ଼ୁର କଳାକାର ଅର୍ପିତାଙ୍କ କାରବାରରେ ସାମିଲ ଥିବା ସନ୍ଦେହ। 

140

କନକ ବ୍ୟୁରୋ:  ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଘୋଟାଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ମିଳିଥିବା ଡାଏରୀ । ଏପରକି ଅର୍ପିତାଙ୍କ ଏହି କଳା ସାମ୍ରାଜ୍ୟର ଚେର ଓଡିଶା ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି ।

ମଡେଲ- ଆକ୍ଟର ଅର୍ପିତା ମୁଖାର୍ଜୀ ବର୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ନାଁ । ତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ ହେବା ଖବର ତାଙ୍କୁ ରାତାରାତି ଚର୍ଚ୍ଚାକୁ ଆଣିଥିଲା । ଆଉ ଏବେ  ତାଙ୍କ ଘରୁ ଯେଉଁ ଡାଏରୀ ମିଳିଛି ତାହା ତାଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି । ଅର୍ପିତାଙ୍କ ଫ୍ଲାଟରେ ଚଢାଉ ସମୟରେ କାଗଜପତ୍ର ଜବତ କରିଥିଲା ଇଡି । ସେଥିରେ ରହିଥିଲା ଏକ ଡାଏରୀ । ଯେଉଁ ଡାଏରୀରେ ରହିଥିଲା ଅର୍ପିତା ଓ ପାର୍ଥଙ୍କ କଳା ସାମ୍ରାଜ୍ୟର ଗୁମର ।

ଇଡିର ଦାବି ଅନୁସାରେ,

– ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ନାଁରେ କୋଟି କୋଟି ଟଙ୍କା ଥିଲା

– ସେ ୬ଟି କମ୍ପାନୀର ମାଲିକାଣୀ ଥିଲେ

-୧୨ଟି ଜାଲ କମ୍ପାନୀ ଚଳାଉଥିଲେ ଅର୍ପିତା ମୁଖାର୍ଜୀ

– କିଛି ଅଭିନେତା, ଓଡ଼ିଶା, ତାମିଲନାଡୁର ବିଭିନ୍ନ ଫିଲ୍ମ ପ୍ରଡକ୍ସନ ହାଉସ୍ର ଲୋକମାନେ ବି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି

କୁହାଯାଉଛି ଅର୍ପିତାଙ୍କ ଛଡା ଇଡି ସ୍କାନରରେ ପାର୍ଥ ଚାଟାର୍ଜୀଙ୍କ ଆଉ କିଛି ସହଯୋଗୀ ବି ଅଛନ୍ତି । ତେଣୁ ଏହି ଦୁର୍ନୀତି ମାମଲାରେ ଖୁବଶୀଘ୍ର  ଆଉ କିଛି ଲୋକଙ୍କୁ ବି ଗିରଫ କରାଯାଇପାରେ । ପାର୍ଥ ଚାଟାର୍ଜୀଙ୍କ ଘରେ  ଇଡିର ଚଢାଉବେଳେ  ଯେଉଁସବୁ ନଥିପତ୍ର, ଡକୁମେଣ୍ଟ, କମ୍ପାନୀ ଓ ଘରର କାଗଜପତ୍ର ଜବତ ହୋଇଛି  ସେଥିରେ ଅର୍ପିତାଙ୍କ ନାଁ ରହିଛି । ତେଣୁ ତଦନ୍ତାରୀ ଏଜେନ୍ସ ସନ୍ଦେହ କରୁଛନ୍ତି । ପାର୍ଥ ଓ ଅର୍ପିତାଙ୍କ ମଧ୍ୟର ଘନିଷ୍ଠ ବ୍ୟବସାୟିକ ସମ୍ପର୍କ ଥିଲା ।  ପାର୍ଥ ଚାଟାର୍ଜୀ  କେବଳ ଅର୍ପିତାଙ୍କ ନାଁରେ  କୋଟି କୋଟି ଟଙ୍କାର ସମ୍ପତି ରଖିନଥିଲେ, ବରଂ  ଅନ୍ୟମାନେ ବି ଏଥିରେ ଭାଗିଦାର ଥିଲେ ।  ତେଣୁ ସନ୍ଦେହ ବଢିଛି, ଅର୍ପିତା କୋଟି କୋଟି ଟଙ୍କାକୁ  ବଙ୍ଗଳା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲଗାଇଥାଇପାରନ୍ତି । ବର୍ତମାନ ପାର୍ଥ ଓ ଅର୍ପିତା ପ୍ରବର୍ତନ ନିର୍ଦ୍ଦେଶାଳୟର ହେପାଜତରେ ଅଛନ୍ତି । ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରାବେଳେ ଅନେକ ସତ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।