ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରିନାହାନ୍ତି କି? ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ ପ୍ୟାନ୍ କାର୍ଡ !

123

କନକ ବ୍ୟୁରୋ : ଆଧାର ଓ ପ୍ୟାନ୍ କାର୍ଡ ଲିଙ୍କକୁ ନେଇ ଆସିଛି ବଡ ଖବର । ଯେଉଁମାନେ ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରିନାହାନ୍ତି ସେମାନଙ୍କୁ ବଡ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏବେ ସୁଦ୍ଧା ଜାରି କରାଯାଇଥିବା ମୋଟ ୬୧ କୋଟିରୁ ପାଖାପାଖି ୪୮ କୋଟି ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଯୋଡାଯାଇ ସାରିଛି । କିନ୍ତୁ ଯେଉଁମାନେ ଏବେ ସୁଦ୍ଧା ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ କରିନାହାନ୍ତି । ଅବା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଲିଙ୍କ୍ ନକରନ୍ତି ସେମାନେ ଅନେକ ସେବାରୁ ବାଦ ପଡିପାରନ୍ତି । ଏପରିକି ମାର୍ଚ୍ଚ ୩୧ ସୁଦ୍ଧା ଆଧାର ପ୍ୟାନ୍ ଲିଙ୍କ୍ ନହେଲେ ପ୍ୟାନ କାର୍ଡକୁ ନିସ୍କ୍ରିୟ ମଧ୍ୟ କରିଦିଆଯିବ ବୋଲି କୁହାଯାଇଛି ।

ପୂର୍ବରୁ ସରକାର ଆଧାର ଓ ପ୍ୟାନକୁ ଲିଙ୍କ୍ କରିବା ବାଧ୍ୟତାମୂଳକ କରିଛନ୍ତି । ପୂର୍ବରୁ ଆଧାର ସହ ପ୍ୟାନ୍ ଲିଙ୍କ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡୁନଥିଲା କିନ୍ତୁ ଗତବର୍ଷ ଠାରୁ ଆଧାର ସହ ପ୍ୟାନ୍ ଲିଙ୍କ୍ ପାଇଁ ଶୁଳ୍କ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏହାର କାରଣ ହେଉଛି, ବାରମ୍ବାର ଲୋକଙ୍କୁ କହିବା ସତ୍ୱେ ବି ଲୋକେ ଆଧାର ସହ ପ୍ୟାନ୍ ଲିଙ୍କ କରିନଥିଲେ । ଯାହାକୁ ନେଇ ପର ମୁହୁର୍ତ୍ତରେ ମାଗଣା ଲିଙ୍କ୍ ସେବାକୁ ହଟାଇ ଦେଇଥିଲେ ସରକାର । ଏଣିକି ଯିଏ ବି ଆଧାର ସହ ପ୍ୟାନ୍ ଲିଙ୍କ୍ କରିବ ତାଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ ।

ଏଣିକି ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ଦୁଇଟି ଯାକ ପରିଚୟ ପତ୍ର ସବୁ କ୍ଷେତ୍ର ପାଇଁ ବାଧ୍ୟତାମୂଳକ କରିଦିଆଯାଇଛି । ବ୍ୟାଙ୍କ୍ କାର୍ଯ୍ୟ ହେଉ କି ଅନ୍ୟ କୌଣସି ସରକାରୀ ଓ ବେଶରକାରୀ କାର୍ଯ୍ୟ, ସବୁଥିରେ ଆଧାର ଏବଂ ପ୍ୟାନ୍ କାର୍ଡର ଆବଶ୍ୟକତା ପଡୁଛି । ଏପରିକି କୌଣସି ସ୍ଥାନରେ ଘର ରେଣ୍ଟରେ ନେବା ପାଇଁ ହେଲେ ବି ଆଧାର ଏବଂ ପ୍ୟାନ୍ କାର୍ଡର ଆବଶ୍ୟକତା ପଡୁଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ପ୍ୟାନକାର୍ଡକୁ ନିସ୍କ୍ରିୟ କରିଦିଆଯାଏ ତେବେ ଅନେକ ଆସୁବିଧାର ସାମ୍ନା କରିବାକୁ ପଡିବ ନିଶ୍ଚୟ । ବେଳ ଥାଉ ଥାଉ ସାବଧାନ ହୋଇ ତୁରନ୍ତ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆଧାର ସହ ପ୍ୟାନ କାର୍ଡକୁ ଲିଙ୍କ୍ କରାଇ ନିଅନ୍ତୁ । ଆଉ ବିନା କୌଣସି ଅସୁବିଧାରେ ସମସ୍ତ ସରକାରୀ ସହାୟତାର ଲାଭ ଉଠାନ୍ତୁ…