ଚଳନ୍ତା ଟ୍ରେନରେ ଚାଳକ ଶୋଇପଡିଲେ କଣ ହେବ? ଟ୍ରେନ୍ ଟ୍ରାକରୁ ତଳକୁ ଖସିଯିବ ନା ସୁରକ୍ଷିତ ଗନ୍ତବ୍ୟସ୍ଥଳରେ ପହଞ୍ଚିବ? ଜାଣନ୍ତୁ…

1,115

କନକ ବ୍ୟୁରୋ : ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରନ୍ତି । ଧନୀ ହେଉ କି ଗରିବ ସବୁ ଶ୍ରେଣୀର ଲୋକ ଏଥିରେ ଯାତ୍ରା କରିଥାନ୍ତି । କାହିଁକି ନା ଦୁର ସ୍ଥାନକୁ ଯିବା ପାଇଁ ବାଇକ୍, ବସ କିମ୍ବା କାର୍ ଅପେକ୍ଷା ଟ୍ରେନରେ ଯାତ୍ରା କରିବା ସହଜ, ଶୀଘ୍ର ଏବଂ ଆରାମଦାୟ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି, ଚଳନ୍ତା ଟ୍ରେନରେ ଯଦି ଚାଳକ ଶୋଇ ପଡେ ତାହେଲେ କଣ ହେବ? ଆସନ୍ତୁ ଜାଣିବା…

ଏକ ଯାତ୍ରୀବାହି ଟ୍ରେନରେ ପ୍ରତିଦିନ ୧୦୦୦ରୁ ୧୫୦୦ ଲୋକ ଯାତ୍ରା କରିଥାନ୍ତି । ଏଭଳି ସ୍ଥିତିରେ ଚାଳକ ଉପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଦାୟୀତ୍ୱ ବଢିଯାଇଥାଏ । ଯଦି ଆପଣ କେବେ ଟ୍ରେନରେ ଯାତ୍ରା କରିଛନ୍ତି ତେବେ ନିଶ୍ଚୟ ଦେଖିଥିବେ ଟ୍ରେନରେ ୨ଜଣ ଚାଳକ ରହିଥାନ୍ତି । ଟ୍ରେନରେ ମୁଖ୍ୟ ଡ୍ରାଇଭରଙ୍କୁ ଲୋକୋ ପାଇଲଟ୍ କୁହାଯାଇଥାଏ ଏବଂ ତାଙ୍କର ସହଯୋଗୀଙ୍କୁ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ କୁହାଯାଇଥାଏ । ଯଦି ଚଳନ୍ତା ଟ୍ରେନରେ ଲୋକେ ପାଇଲଟ୍ ଶୋଇପଡନ୍ତି କିମ୍ବା କୌଣସି କାରଣରୁ ଅଚାନକ୍ ତାଙ୍କର ଦେହ ଖରାପ ହୋଇଯାଏ ତେବେ ସେଭଳି ପରିସ୍ଥିତିରେ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ ଟ୍ରେନକୁ ସମ୍ଭାଳିଥାଏ । ଏବଂ ଟ୍ରେନକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥାଏ ।

ଏଠି ପ୍ରଶ୍ନ ଉଠୁଛି ଯଦି ଦୁଇଜଣ ଡ୍ରାଇଭର ଶୋଇଯାଆନ୍ତି ତାହେଲେ କଣ ହେବ? ଚିନ୍ତା କରିବାର କୌଣସି କଥା ନାହିଁ । ଚଳନ୍ତା ଟ୍ରେନରେ ଯଦି ଦୁଇଜଣ ଚାଳକ ବି ଶୋଇଯାଆନ୍ତି ତାହେଲେ ବି କୌଣସି ଅସୁବିଧା ହେବ ନାହିଁ । ଭାରତୀୟ ରେଳବାୟୀ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ରଖିଛି । ରେଳବାଇ ରେଳ ରେଳ ଇଞ୍ଜିନରେ ବିଜିଲେନ୍ସ କଣ୍ଟ୍ରୋଲ ଡିଭାଇଜ୍ ଲଗାଇ ରଖିଥାଏ । ଟ୍ରେନ୍ ଇଞ୍ଜିନରେ ଲାଗିରହିଥିବା ଏହି ଡିଭାଇଜ୍ ଡ୍ରାଇଭର୍ ଉପରେ ନଜର ରଖିଥାଏ । ଯଦି ଟ୍ରେନ୍ ଚାଳକ ଗୋଟେ ମିନିଟ୍ ଯାଏଁ କୌଣସି ପ୍ରତିକ୍ରିୟା ନକରନ୍ତି ତାହେଲେ ମାତ୍ର ୧୭ ସେକେଣ୍ଡ ମଧ୍ୟରେ ଏକ ଅଡିଓ ଭିଜୁଆଲ୍ ଇଣ୍ଡିଗେସନ୍ ଆସିଥାଏ । ଇଣ୍ଡିଗେସନ୍ ଆସିବା ମାତ୍ରେ ବଟନ୍ ଦବାଇ ଡ୍ରାଇଭରକୁ ଏହାର ଉତ୍ତର ଦେବାକୁ ପଡିଥାଏ । ଯଦି ଡ୍ରାଇଭର ଏହାର ଉତ୍ତର ନଦିଏ ତେବେ ୧୭ ସେକେଣ୍ଡ ମଧ୍ୟରେ ଟ୍ରେନରେ ଅଟୋମେଟିକ୍ ବ୍ରେକ୍ ଲାଗିବା ଆରମ୍ଭ ହୋଇଯାଇଥାଏ । ଏବେ ଆସନ୍ତୁ ଜାଣିବା ଏହି ସେନ୍ସର ସିଷ୍ଟମ୍ କେମିତି କାମ କରିଥାଏ ।

ଲୋକ ପାଇଲଟ୍ ଯେତେବେଳେ ଟ୍ରେନ୍ ଚଲାଉଥାଏ, ସେତେବେଳେ ଟ୍ରେନକୁ ମଝିରେ ମଝିରେ ସ୍ପିଡ୍ ଏବଂ ସ୍ଲୋ କରିବାକୁ ପଡିଥାଏ । ଅଥବା ହର୍ଣ୍ଣ ମାରିବାକୁ ପଡିଥାଏ । ଏପରି କରିବା ଦ୍ୱାରା ଇଞ୍ଜିନରେ ଲାଗିଥିବା ସେନ୍ସର ଜାଣିପାରିଥାଏ କି ଲୋକୋ ପାଇଲଟ୍ ଠିକ୍ ଭାବରେ ଟ୍ରେନକୁ ଚଲାଉଛନ୍ତି । ତେବେ ଯଦି ଟ୍ରେନରେ ଯାତ୍ରା କଲା ବେଳେ ଆପଣଙ୍କ ମନରେ ବି ଏଭଳି ଭୟ ଜାତ ହୁଏ ତାହେଲେ ଚିନ୍ତା କରିବାର କୌଣସି କଥା ନାହିଁ । ଟ୍ରେନର ଅତ୍ୟାଧୁନିକ ସିଷ୍ଟମ୍ ଯାତ୍ରୀଙ୍କୁ ସୁରକ୍ଷିତ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥାଏ ।