ମାତ୍ରାଧିକ ବିଦ୍ୟୁତ କାଟକୁ ବିରୋଧରେ ରାସ୍ତାରେ ପାକ୍ ନାଗରିକ, ନିଜ ଦେଶ ବିରୋଧରେ ଦେଲେ ସ୍ଲୋଗାନ

70

କନକ ବ୍ୟୁରୋ : ପାକିସ୍ତାନ ଭୟଙ୍କର ଆର୍ଥର୍କ ସଙ୍କଟର ସାମ୍ନା କରୁଥିବା ବେଳେ ନିଜ ଦେଶରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ବିକ୍ଷୋଭକାରୀମାନେ ବିକ୍ଷୋଭ ସମୟରେ ପାକିସ୍ତାନୀ ବିରୋଧୀ ସ୍କୋଗାନ ଦେଉଥିବା ଦେଖିବାକୁ ମିଳିଛି । ମାତ୍ରାଧିକ ବିଦ୍ୟୁତ୍ କାଟକୁ ବିରୋଧ କରି ପାକିସ୍ତାନର ଗିଲଗିଟ୍ ବାଲଟିସ୍ତାନ ଯୁବକମାନେ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିବା ସହ ପାକିସ୍ତାନ ବିରୋଧୀ ନାରା ଦେଇଛନ୍ତି । ଦିନକୁ ୨୧ ଘଂଟା ବିୁଦ୍ୟୁତ୍ କାଟ ହେଉଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାରୁ ଅନ୍ୟ ସବୁ ବେପାର, ସଂସ୍ଥା ମଧ୍ୟ ବନ୍ଦ ହୋଇପଡି । ଏଥିରୁ ମୁକୁଳିବା ପାଇଁ ଅଭିନବ ପନ୍ଥା ଆପଣାଇଛି ପଡୋସୀ ପାକିସ୍ତାନ । ଦେଶରେ ଥିବା ସବୁ ବଡ ବଡ ମଲ ଏବଂ ବଜାର ଶିଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର ।