ପାକିସ୍ତାନର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କର୍ତାରପୁର କରିଡର ଉଦଘାଟନକୁ ନିମନ୍ତ୍ରଣ କରିଥିଲେ ପାକ୍ ବୈଦେଶିକ ମନ୍ତ୍ରୀ

889

କନକ ବ୍ୟୁରୋ : ମନା କରିବେ ମନମୋହନ  । ପାକିସ୍ତାନର ନିମନ୍ତ୍ରଣକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରତ୍ୟାଖ୍ୟାନ କରିବେ ବୋଲି ସୂଚନା ମିଳିଛି  । କର୍ତାରପୁର କରିଡରର ଉଦଘାଟନରେ ଯୋଗଦେବା ପାଇଁ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ପାକ୍ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଥିଲେ  । କିନ୍ତୁ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରି ନାହିଁ ପାକିସ୍ତାନ  । ନ୍ୟୁଜ ଏଜେନ୍ସି ଏଏନ୍ଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ନିମନ୍ତ୍ରଣ ସ୍ୱୀକାର କରିବେ ନାହିଁ ମନମୋହନ ସିଂହ ।

ଅପରପକ୍ଷରେ ମନମୋହନ ସିଂହଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କୌଣସି ଔପଚାରିକ ନିମନ୍ତ୍ରଣ ମିଳିନାହିଁ । କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ  ଯୋଗଦେବା ପାଇଁ କୌଣସି ନିମନ୍ତ୍ରଣ ମିଳିନଥିବା ବେଳେ ଏନେଇ କୌଣସି ମୌଖିକ ଆଲୋଚନା ମଧ୍ୟ ହୋଇନଥିବା ମନମୋହନ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଏପରି କୌଣସି ନିମନ୍ତ୍ରଣ ମିଳିଲେ ବିଦେଶ ମନ୍ତ୍ରାଳୟକୁ ଏନେଇ ସୂଚନା ଦିଆଯିବ ଏବଂ ସେଠାରୁ ଅନୁମତି ମିଳିଲା ପରେ ପରବର୍ତୀ ପଦକ୍ଷେପ ନିଆଯିବ ।