କାର୍ତ୍ତିକ ମାସ ପୂର୍ବରୁ ଆମିଷ ମାଡ: ମାଛ, ମାଂସ ଦୋକାନରେ ଅସମ୍ଭାଳ ଭିଡ

205

କନକ ବ୍ୟୁରୋ: କାର୍ତିକ ମାସ ପୂବ ର୍ରୁ ଆମିଷ ବଜାରରେ ଭିଡ । ଦିନକ ପରେ କାର୍ତିକ ମାସ ଆରମ୍ଭ ହେଉଥିବାରୁ ଏବଂ ଆସନ୍ତାକାଲି କୁମାରପୂଣ୍ଣ ର୍ିମାରେ ଚନ୍ଦ୍ର ଗ୍ରହଣ ପଡୁଛି । ତେଣୁ ଘରେ ଆମିଷ ପଶି ପାରିବ ନାହିଁ ।

ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । କାର୍ତିକ ମାସ ଆରମ୍ଭ ପୂର୍ବରୁ ଶୁକ୍ରବାର ଶେଷ ଆମିଷ ବାର । ଶନିବାର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ତେଣୁ ଆମିଷ ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର, ବାଲେଶ୍ୱର ହେଉ କି କେନ୍ଦ୍ରାପଡା ସବୁଠି ଆମିଷ କିଣିନେବାକୁ ମାଛ, ମାଂସ ଦୋକାନରେ ଲୋକଙ୍କ ଭିଡ଼ ଜମିଛି । ଫଳରେ ସାଧାରଣ ଦିନ ଅପେକ୍ଷା ଆମିଷ ବେପାର ଦୁଇ ଗୁଣା ବଢିଯାଇଛି । ନଜର ପକାନ୍ତୁ ଏହି ତଥ୍ୟ ଉପରେ

ଓଡିଶାରେ ଦୈନିକ ୧୫ କୋଟି ଟଙ୍କାର ଆମିଷ ବିକ୍ରି ହୋଇଥାଏ
ଗତ ବୁଧବାର- ୩୫ରୁ ୪୫ କୋଟିର ଆମିଷ ବିକ୍ରି ହୋଇଛି
ଶୁକ୍ରବାର – ୨୫ରୁ ୩୦ କୋଟି ଟଙ୍କାର ଆମିଷ ବିକ୍ରି ହୋଇଛି
ସେହିପରି ରାଜଧାନୀରେ ଦୈନିକ ୧ କୋଟି ଟଙ୍କାର ଆମିଷ ବିକ୍ରି ହୋଇଥାଏ
ବୁଧବାର ରାଜଧାନୀରେ ୨ କୋଟି ଟଙ୍କାର ଆମିଷ ବିକ୍ରି ହୋଇଛି
ଶୁକ୍ରବାର ରାଜଧାନୀରେ ୧.୫ କୋଟି ଟଙ୍କାର ଆମିଷ ନେଇଛନ୍ତି ଲୋକେ

ଗ୍ରାହକଙ୍କ ମନଜାଣି ବାହାରୁ ମାଛ, ମାଂସ ଆମଦାନୀ କରିଛନ୍ତି ବ୍ୟବସାୟୀ । ଆଉ ଭିଡ ଜମାଇ ଲୋକେ ଆମିଷ ଘରକୁ କିଣି ନେଇଛନ୍ତି । କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ତେଣୁ ଆମିଷ ଖାଇବାର ସୁଯୋଗକୁ ଲୋକେ ହାତଛଡା କରିବାକୁ ଚାହିଁ ନାହାନ୍ତି ।

ଦୁର୍ଗାପୂଜା ପାଇଁ ପ୍ରାୟ ଦୁଇ ସପ୍ତାହ ହେଲା ଘରେ ଆମିଷ ପଶିନଥିଲା । ଏବେ ପୁଣି କାର୍ତିକ ମାସ ଆରମ୍ଭ ହେଉଥିବାରୁ ଆଜି ଲୋକେ ପରିବା ଅପେକ୍ଷା ଆମିଷ ଉପରେ ନଜର ପକାଇଛନ୍ତି ।