ଧରାପୃଷ୍ଠକୁ ଆସୁଛନ୍ତି ମା’ ଧନଦାତ୍ରୀ । ଗ୍ରହଣ ଲାଗୁଥିବାରୁ ଢେଙ୍କାନାଳରେ ସକାଳ ୮ଟାରୁ ୪ଟା ଭିତରେ ହେବ ମା’ ଗଜଲକ୍ଷ୍ମୀଙ୍କ ନୀତି

105

କନକ ବ୍ୟୁରୋ : ଆଜି ଧରାପୃଷ୍ଠକୁ ବିରାଜିବେ ମା’ ଧନଦାତ୍ରୀ । ମା’ ଗଜଲକ୍ଷ୍ମୀ ପୂଜା ପାଇଁ ସବୁଠି ଉତ୍ସବର ମାହୋଲ । ଢେଙ୍କାନାଳରେ ପ୍ରସ୍ତୁତି ଶେଷ । ଗ୍ରହଣ ଲାଗୁଥିବାରୁ ସକାଳ ୮ଟାରୁ ୪ଟା ଭିତରେ ମା’ଙ୍କ ଜୀବନ୍ୟାସ, ଚକ୍ଷୁଦାନ ଆଦି ନୀତି ସମ୍ପନ୍ନ ହେବ । ପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର । ବଡ଼ ବଡ଼ ତୋରଣ ସାଙ୍ଗକୁ ଆଲୋକ ମାଳାରେ ସଜେଇ ହୋଇଛି ଢେଙ୍କାନାଳ ସହର ।

ପୂଜାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ବେଶ୍ କଡ଼ାକଡ଼ି କରାଯାଇଛି । ଟ୍ରାଫିକ କଂଟ୍ରୋଲ ଏବଂ ଭିଡ଼ ନିୟନ୍ତ୍ରଣ ସହିତ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ପାଇଁ ଗୋଟିଏ ବିଭାଗ କାମ କରିବ । ପୂଜା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩୫୦ ହୋମଗାର୍ଡ, ୨ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୪ଟି ଜୋନରେ ୧୯ଟି ଆଉଟ୍ ପୋଷ୍ଟ କରାଯାଇଛି । ଏହାର ପରିଚାଳନା ପାଇଁ ୭ଜଣ ଡିଏସପି, ୨୦ ଜଣ ଇନ୍ସପେକ୍ଟର, ୧୦୬ ଜଣ ଏସଆଇ, ୪୦ ଜଣ ହାବିଲଦାର ବା କନଷ୍ଟେବଳ ନିୟୋଜିତ ହୋଇଛି ।