ବିଦେଶୀ ଶକ୍ତି ଓଡିଶାର ଖଣି ଓ ରତ୍ନଭଣ୍ଡାରକୁ କରୁଛନ୍ତି ଲୁଣ୍ଠନ । ତେରେଛା ବାଣ ମାରି କାହାକୁ ଟାର୍ଗେଟ କରୁଛନ୍ତି ସଂଜୟ, ରାଜନୈତିକ ମହଲରେ ଚର୍ଚ୍ଚା

193

କନକ ବ୍ୟୁରୋ : ପୂର୍ବତନ ବିଜେଡି ବିଧାୟକ ସଂଜୟ ଦାସ ବର୍ମାଙ୍କ ବିସ୍ଫୋରକ ବୟାନ । ଜନସମ୍ପର୍କ ଯାତ୍ରାରେ ସମ୍ବୋଧନ କରି କିଛି ଏପରି ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା, ଯାହା ଏବେ ରାଜନୈତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜନସମ୍ପର୍କ ଯାତ୍ରାରେ ଉଦବୋଧନ ଦେଇ ସେ କହିଛନ୍ତି, କିଛି ବିଦେଶୀ ଶକ୍ତି, ଦେଖୁଛନ୍ତି ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ପ୍ରାଚୁର୍ଯ୍ୟ, ଓଡ଼ିଶାର ରତ୍ନ ଭଣ୍ଡାର, ତାକୁ ଲୁଣ୍ଠନ କରିକି ଆମେ ପଳେଇବୁ । ମୁଁ କହି ରଖିବାକୁ ଚାହେଁ ଏ ଜାତି ଭିତରେ ମଧ୍ୟ କିଛି ଶିଖି ମନେଇ ଥିଲେ, ଯେଉଁମାନେ ସେ ନିଶାର୍ଦ୍ଧ ରାତିରେ ବ୍ରିଟିଶଙ୍କୁ ଦେଖେଇଦେଲେ ତୁମେ ଏଇବାଟେ ଗଲେ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଦଖଲ କରିବ । ଆଜି ମଧ୍ୟ ଓଡ଼ିଶାରେ ଏହି ଭଳି ଶକ୍ତି ସକ୍ରିୟ ଅଛନ୍ତି । ଆମେ ସେମାନଙ୍କୁ ପରାହତ କରିବାକୁ ପଡ଼ିବ । ଏଷଡ଼ଯନ୍ତ୍ରକୁ ପରାସ୍ତ କରିବାକୁ ପଡ଼ିବ । ବ୍ରହ୍ମଗିରିର ସ୍ୱାଭିମାନକୁ ପୁନଃ ପ୍ରତିଷ୍ଠା କରିବାକୁ ପଡ଼ିବ । ସ୍ୱାଭିମାନର ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ ଓଡ଼ିଆ ଜାତିକୁ ଆମର ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁବାବୁ ।
ସଂଜୟ ଦାସ ବର୍ମାଙ୍କ ଏହି ବୟାନକୁ ନେଇ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସାଉଁଟିଛି । କାହାକୁ ଇଂଗିତ କରି ସେ ଏଭଳି ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଆଲୋଚନା କରାଯାଉଛି ।