ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ସମାରୋହ । କିଲିୟନ ମର୍ଫି ଶ୍ରେଷ୍ଠ ଅଭିନେତା ,ଫିଲ୍ମ ‘ଓପେନ ହାଇମର’କୁ ୫ଟି ଓସ୍କାର ।

139

କନକ ବ୍ୟୁରୋ: ଅନୁଷ୍ଠିତ ହୋଇଯାଇଛି ୯୬ତମ ଏକାଡେମୀ ଆୱାର୍ଡସ୍ ଅର୍ଥାତ୍ ଓସ୍କାର -୨୦୨୪ । ଚଳିତ ବର୍ଷ ଓସ୍କାର ସେରିମନିରେ ବାଜି ମାରିଛି ହଲିଉଡ୍ ଫିଲ୍ମ ଓପନ୍ହାଇମର୍ । ଏହି ସିନେମାଟିର ଚଳିତବର୍ଷ ଫିଲ୍ମର ମୁଖ୍ୟ କଳାକାର କିଲିଆନ୍ ମର୍ଫି ଶ୍ରେଷ୍ଠ ଅଭିନେତା ସମ୍ମାନ ହାତେଇଥିବାବେଳେ, ନିର୍ଦ୍ଦେଶକ ଖ୍ରଷ୍ଟଫୋର ନୋଲାନ୍ ହାତେଇଛନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ।

ସେହିପରି ଲୋକପ୍ରିୟ କଳାକାର ରବର୍ଟ ଡ୍ରାଉନି ଜୁନିୟର ନିଜ କ୍ୟାରିଅରର ପ୍ରଥମ ଓସ୍କାର ସମ୍ମାନ ହାତେଇଛନ୍ତି । ଚଳଚ୍ଚିତ୍ର ଓପନହାଇମର ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ହାତେଇଛନ୍ତି ରବର୍ଟ ଡ୍ରାଉନି ଜୁନିଅର । ସେହି ପରି ଅଭିନେତ୍ରୀ ଏମା ଷ୍ଟୋନ୍ ଚଳଚ୍ଚିତ୍ର ପୁଅର ଥିଙ୍ଗସ୍୍ ପାଇଁ ହାତେଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ।