ଗୋଟିଏ ସ୍କୁଲ ପାଇଁ ଗୋଟିଏ ଶ୍ରେଣୀଗୃହ: ଗୋଟିଏ ପଟେ ରହିଛି ମଧ୍ୟାହ୍ନ ଭୋଜନ ସାମଗ୍ରୀ, ଅନ୍ୟପଟେ ପଢୁଛନ୍ତି ପିଲା 

92

କନକ ବ୍ୟୁରୋ: ରାଜ୍ୟରେ ଫାଇଭ-ଟି କାର୍ଯ୍ୟକ୍ରମ ଅଧିନରେ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ବହୁ ତଳ କୋଠା ସାଙ୍ଗକୁ ରଙ୍ଗାରଙ୍ଗ ସାଜସଜ୍ଜା ଓ ଅତ୍ୟାଧୁନିକ କ୍ଲାସ ରୁମ୍, ଇ-ଲାଇବ୍ରେରୀ ସବୁ ବିଦ୍ୟାଳୟ ପରିସରରେ ଝଲସୁ ଉଠୁଛି । ହେଲେ ଶ୍ରଣୀଗୃହ ଅଭାବରୁ ବାଉଁଶ ତାଟି ବନ୍ଧା କାନ୍ଥ ଓ ନୂଆଁଣିଆ ଟିଣ ଛପର ଘରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା । ସ୍ମାର୍ଟ ସ୍କୁଲର ଗହଳି ଭିତରେ ଏମିତି ଏକ ସ୍କୁଲ ଅଛି ଗଂଜାମ ଜିଲ୍ଲା, ଜଗନ୍ନାଥପ୍ରସାଦ ବ୍ଳକରେ ।

ରୋଷେଇ ଘରେ ପଢୁଛନ୍ତି କୁଡ଼ୁତାଇ ପଂଚାୟତ ନୂଅାଁ ବାଙ୍କତରା ବିଦ୍ୟାଳୟର ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ହେବ ବିଦ୍ୟାଳୟ ଖୋଲିଲାଣି ହେଲେ ଶ୍ରେଣୀ ଗୃହ ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ପିଲାଙ୍କ ଭବିଷ୍ୟତ ଗଢା ହେଉଛି । ବିଦ୍ୟାଳୟରେ ପ୍ରଥମରୁ ପଚଂମ ପର୍ଯ୍ୟନ୍ତ ଶ୍ରେଣୀ ୪୨ ଜଣ ଛାତ୍ର ଛାତ୍ରୀ ପଡ଼ୁଛନ୍ତି । ଦୁଇ ଜଣ ସରକାରୀ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି । ହେଲେ ଶ୍ରେଣୀ ଗୃହ ନଥିବାରୁ ଯେଉଁଠି ମଧ୍ୟାହ୍ନ ଭୋଜନ ଗୋଦାମ ଘର, ସେହିଠି ହିଁ ପାଠପଢା ହେଉଛି । ୨୦୧୩ ମସିହାରୁ ଚାଳ ଛପର ଘରେ ଏହି ବିଦ୍ୟାଳୟ ଚାଲିଥିଲା । ଏନେଇ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟକୁ ଗୋଟିଏ ପକ୍କା ଘର ମିଳିଛି । ଫଳରେ ଏମିତି ପାଠ ପଢାଚାଲିଛି । ସେପଟେ ଭଂଜନଗର ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତିି ଖୁବ୍ଶୀଘ୍ର ଏହି ବିଦ୍ୟାଳୟର ସ୍ଥାୟୀ ସମାଧାନ କରାଯିବ ।