ସଂସଦରେ ହଙ୍ଗାମା ଭିତରେ ଧନ୍ୟବାଦ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ : ବିରୋଧୀଙ୍କ ଉପରେ ବର୍ଷିଲେ ହେଲେ ଧରିଲେନି ଆଦାନୀଙ୍କ ନାଁ

104

କନକ ବ୍ୟୁରୋ : ସଂସଦରେ କଂଗ୍ରେସ ଓ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସଂସଦେର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଧୁଲେଇ କରିଛନ୍ତି । ସେ କହିଛନ୍ତି, ଭୋଟର ଯାହା କରିପାରିଲାନି ତାହା ଇଡି କରିଦେଲା । କିଛି ଲୋକେ ଦେଶର ପ୍ରଗତିକୁ ଗ୍ରହଣ କରିପାରୁ ନାହାନ୍ତି । ଜନତା ଏବେ ବିରୋଧୀଙ୍କ କଥାକୁ ଭରସା କରୁନାହାନ୍ତି ।

ସ୍ୱାଧୀନତା ପରେ ଅର୍ଥାତ୍ ୨୦୦୪ରୁ ୨୦୧୪ ଯାଏଁ ଦେଶ ସବୁଠାରୁ ଅଧିକ ଦୁର୍ନୀତି ଦେଖିଛି । ଅହଂକାରରେ ବୁଡୁଥିବା ଲୋକେ ମୋଦିଙ୍କୁ ଗାଳି ଦେଉଛନ୍ତି । ଇଡି ସତ ବାହାର କରିବା ପରେ ବିରୋଧୀ ଏକାଠି ହୋଇଛନ୍ତି । ବିରୋଧୀଙ୍କ ଗାଳିକୁ ଲୋକେ ଗ୍ରହଣ କରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପରେ ରାହୁଲ ଗାନ୍ଧି ପ୍ରତିକ୍ରିୟା ଦେଇ କହିଛନ୍ତି , ମୋଦି ନିଜ ଭାଷଣରେ କାହିଁକି ଆଦାନୀ କଥା ଉଠାଇଲେନି । ଏବେ ବି କେନ୍ଦ୍ର ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ କରୁ ବୋଲି ଦାବି କରିଛନ୍ତି ରାହୁଲ ।