ବିବାହ କରିବେ କି ସାଉଥ୍ ସୁପରଷ୍ଟାର ପ୍ରଭାସ? କୀର୍ତ୍ତି ସେନନଙ୍କ ସହ ବିବାହକୁ ନେଇ ଅଭିନେତାଙ୍କ ଟିମ୍ ଦେଲା ଉତ୍ତର ।

355

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର । କୀର୍ତ୍ତି ସେନନଙ୍କ ସହ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ଏହାର ଜବାବ ରଖିଛନ୍ତି ପ୍ରଭାସଙ୍କ ଟିମ୍ ।

ପ୍ରକୃତ କଥା ହେଉଛି ସାଉଥ୍ ସୁପରଷ୍ଟାର ଓ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସେନନ୍ ଖୁବ ଶୀଘ୍ର ନିଜର ଆଗାୀ ଫିଲ୍ମ ‘ଆଦିପୁରୁଷ’ରେ ଏକାଠି ଦେଖିବାକୁ ମିଳିବେ । ଏହା ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଦୁହେଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହେଲେ ଦୁହେଁ ଏହି ଖବର ଖଣ୍ଡନ କରିଥିଲେ । ସେମାନଙ୍କ ମଧ୍ୟରେ ସେପରି କିଛି ସମ୍ପର୍କ ନାହିଁ ବରଂ ଦୁହେଁ ଭଲ ସାଙ୍ଗ ବୋଲି କହିଥିଲେ ପ୍ରଭାସ । ହେଲେ ଏବେ ପୁଣିଥରେ ଦୁହିଁଙ୍କର ସମ୍ପର୍କ ଓ ନିର୍ବନ୍ଧକୁ ଚର୍ଚ୍ଚାର ଜୋର ଧରିଲାଣି ।

ସୂଚନା ଅନୁସାରେ ଫିଲ୍ମ ସମୀକ୍ଷକ ଉମୈର ସଂଧୁ ଟ୍ୱିଟ୍ କରିଥିଲେ ଯେ, ‘କୀର୍ତ୍ତି ଓ ପ୍ରଭାସ ଆସନ୍ତା ସପ୍ତାହରେ ମାଲଦୀପରେ ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏହା ବହୁତ ଖୁସିର କଥା’ । ହେଲେ ଏହାକୁ ଖଣ୍ଡନ କରିଥିଲେ ପ୍ରଭାସଙ୍କ ଟିମ୍ । ସେମାନେ କେବଳ ଦୁହେଁ ଭଲ ସାଙ୍ଗ । ଏପରି ଖବର ମିଛ ବୋଲି ଉତ୍ତର ରଖିଥିଲେ ।