ପ୍ରଜନନ ରୁତୁରେ ଅଲିଭ ରିଡଲେଙ୍କ ପ୍ରଥମ ଅଣ୍ଡାଦାନ: ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଅଣ୍ଡାଦାନ କରିଛନ୍ତି କଇଁଛ

60

କନକ ବ୍ୟୁରୋ: ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ରୁତୁ ଚାଲିଛି । ଏଥିପାଇଁ କଇଁଛ ଆସୁଥିବା ଅଂଚଳରେ କଟକଣା ଜାରି ରହିଛି । ତେବେ ଚଳିତ ବର୍ଷ ଅସ୍ତରଙ୍ଗ ବନାଂଚଳ ଡାଳୁଅକଣି ଅଲିଭରିଡଲେ କଇଁଛ ପ୍ରଜନନ କେନ୍ଦ୍ରରେ ପ୍ରଥମ ଅଣ୍ଡାଦାନ ଆରମ୍ଭ ହୋଇଛି । ଡାଳୁଅକଳି କଇଁଛ ପ୍ରଜନନ କେନ୍ଦ୍ର ଠାରୁ ୨୦୦ ମିଟର ଦୂର କେଲୁଣୀ ମୁହାଁଣ ନିକଟରେ ଅଲିଭ ରିଡ଼ଲେ କଇଁଛ ପ୍ରଥମ କରି ସମୁଦ୍ର କୂଳ ବାଲିରେ ୧୩୫ଟି ଅଣ୍ଡାଦାନ କରି ସମୁଦ୍ର ମଧ୍ୟକୁ ଫେରିଯାଇଛନ୍ତି । ପ୍ରତିବର୍ଷ ଅସ୍ତରଙ୍ଗ ଦେବୀ ମୁହାଁଣ ଅଂଚଳରେ ଡିସେମ୍ବର ମାସରୁ କଇଁଛଙ୍କ ମିଳିନ ରୁତୁ ଆରମ୍ଭ ହୋଇଥାଏ । ଫେବୃଆରୀ ମାସ ଆରମ୍ଭରୁ ଅଣ୍ଡାଦାନ କରିଥାଆନ୍ତି ଅଲିଭ ରିଡ଼ଲେ । କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଭାବରେ ଗୋଟିଏ କଇଁଛ ଅଣ୍ଡାଦାନ କରିଛି । ଅଣ୍ଡା ଗୁଡ଼ିକୁ ସଂଗ୍ରହ କରି ଡାଳୁଅକଣି ଅସ୍ଥାୟୀ ହାଚେରିରେ ରଖାଯାଇଛି । ଏହାକୁ ନେଇ ବନ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।