୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ରାସ୍ତା: ହେଲେ ହାତରେ ଖୋଳିଦେଲେ ଉଠିଯାଉଛି ପିଚୁ

85

କନକ ବ୍ୟୁରୋ: ଲୋକଙ୍କ ଗମନାଗମନରେ ସୁବିଧା କରିବା ପାଇଁ ରାସ୍ତା କାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ରାସ୍ତାରେ କାମରେ ହେଉଛି ମହଘୋଟାଲା । ହାତ ମାରିଦେଲେ ଉଠିଯାଉଛି ପିଚୁ । ନିମ୍ନମାନର ରାସ୍ତାକାମ କରି ମାଲମାଲ ହେଉଛନ୍ତି ଠିକାଦାର ଆଉ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫କୋଟି ଟଙ୍କା ବ୍ୟୟରେ ହୋଇଛି ରାସ୍ତା କାମ ।

ପୁରୁଣା ପିଚୁ ଉପରେ ହାଲୁକା ଭାବେ ବିଛାଯାଇଛି ନୂଆ ପିଚୁ । ଯାହାକୁ ହାତରେ ଖୋଳିଦେଲେ ବାହାରିପଡ଼ୁଛି । ଏହି ଦୃଶ୍ୟ ହିଁ ବୟାନ କରୁଛି ରାସ୍ତା କାମରେ କେତେ ଦୁର୍ନୀତି ହୋଇଛି । ୧୨ କିଲୋମିଟର ଏହି ରାସ୍ତାକାମ ଚାଲିଥିବା ବେଳେ ଦୁଇ ବର୍ଷ ପୂର୍ବେ ଉଦଳା ବଡ଼ଫେଣୀଠାରୁ ବାଙ୍ଗରା ପର୍ଯ୍ୟନ୍ତ ୬କିଲୋମିଟର ରାସ୍ତାକାମ ହୋଇଥିଲା । ପୁଣି ଉକ୍ତ ରାସ୍ତା କିପରି ନୂତନ ଭାବେ କାମ ହୋଇଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ସୃ୍ଷ୍ଟି କରିଛି । ତେବେ ଏହି ଘଟଣାକୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ବେପାରୁଆ ଉତର ଦେଇଛନ୍ତି । ସେ କହିଛନ୍ତି, ଶୀତ ପାଇଁ ପିଚୁ ଉଠିଯାଉଥିବ ଏବଂ ଆଉ ଥରେ ଏହି ପିଚୁ କରାଯିବ ।