ଯୁଦ୍ଧ ଭିତରେ ତେଲ ଅବିବରେ ପହଁଚିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଯୁଦ୍ଧ ଉପରେ କଲେ ଆଲୋଚନା

166

କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଧବାର ତେଲ ଅବିବୀରେ ବାଇଡେନ ପହଁଚିଛନ୍ତି । ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ବେଂଜାମିନ ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଯୁଦ୍ଧ ସ୍ଥିତିି ଉପରେ ଆଲୋଚନା କରିଛନ୍ତି । ଯୁଦ୍ଧକୁ ନେଇ ହମାସ ଉପରେ ବର୍ଷିଛନ୍ତି ବାଇଡେନ ଓ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ହସ୍ପଟିଲା ଉପରେ ଯେଉଁ ଆକ୍ରମଣ ହୋଇଛି ଏହା ପଛରେ ଇସ୍ରାଏଲର ହାତ ନାହିଁ ଓ ଇସ୍ରାଏଲ ବାସୀ ସହ ଆମେରିକା ଛିଡା ହୋଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ ।