ଓଡିଶାର ଅଗ୍ରଣୀ ବିଜ୍ଞାପନ ଏଜେନ୍ସି ‘ଦୟା ଏଣ୍ଟରଟେନମେଣ୍ଟ’ କୁ ଆଉ ଏକ ସଫଳତା, ଦ୍ୱିତୀୟ ବର୍ଷ ପାଇଁ ଏନଇସିସି ଟିଭିସି ବାଣିଜ୍ୟିକ ପ୍ରକଳ୍ପ ହାସଲ

68

କନକ ବ୍ୟୁରୋ : ଓଡିଶାର ଅଗ୍ରଣୀ ବିଜ୍ଞାପନ ଏଜେନ୍ସି ‘ଦୟା ଏଣ୍ଟରଟେନମେଣ୍ଟ’ ପ୍ରାଇଭେଟ ଲିମିଟେଡ ରାଜ୍ୟର ସର୍ବୋତ୍ତମ ବିଜ୍ଞାପନ ଏଜେନ୍ସି ଭାବେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏଜେନ୍ସି କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ପାଇଁ ଟିଭିସି ବାଣିଜ୍ୟିକ ପ୍ରକଳ୍ପ ହାସଲ କରିଛି । ଏହି ଅଭିଯାନର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟରେ ଅଣ୍ଡା କାରବାରକୁ ପ୍ରୋତ୍ସାହିତ କରିବା ।

ଜାତୀୟ ଅଣ୍ଡା ସମନ୍ୱୟ କମିଟି କୁକୁଡା ଚାଷୀମାନଙ୍କର ଏକ ସଂଗଠନ, ଯେଉଁମାନେ ସାଧାରଣ ଭାବେ ଅଣ୍ଡା ଶିଳ୍ପର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି । ପ୍ରସିଦ୍ଧ ଅଣ୍ଡା ବ୍ୟବହାର ଅଭିଯାନ “ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ” ଆରମ୍ଭରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପରିଚିତ ଟ୍ୟାଗ ଲାଇନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ ମଧ୍ୟ ଏହି ଅଭିଯାନରେ ଅଂଶ ଗ୍ରହଣ କରିଛନ୍ତି ।

ଏହି ଓଡିଆ ବିଜ୍ଞାପନରେ ଓଡିଶା ପାଇଁ ଓଲିଉଡର ଅଗ୍ରଣୀ ଅଭିନେତ୍ରୀ ଶୀତଲ ପାତ୍ର ଓ ପଶ୍ଚିମବଙ୍ଗ ପାଇଁ ବିଶିଷ୍ଠ ଅଭିନେତା ଦୁଲାଲ ଲାହିରୀ ଏବଂ ତ୍ରିନା ସାହା ପରିଚିତ ଚେହେରା ଭାବେ ଅଭିନୟ କରିବେ ବୋଲି ଚୁକ୍ତି ହୋଇଛି ।

କହିରଖୁ କି ‘ଦୟା ଏଣ୍ଟରଟେନମେଣ୍ଟ’ ର ମୁଖ୍ୟ ଦାୟାନିଧି ଦହିମାଙ୍କ ନେତୃତ୍ୱରେ ଏଜେନ୍ସି ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି । ଏଜେନ୍ସି ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚିତ୍ର ପାଇଁ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ନିକଟରେ ଏଜେନ୍ସି ତରଫରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚିତ୍ର ‘ନବାବ’ ‘ଅନ୍ତରଭାସ୍ନା’ ପାଇଁ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଏହାସହ କାନ୍ସ ଫେଷ୍ଟିଭାଲ ପାଇଁ କ୍ଷୁଦ୍ର ଚଳଚିତ୍ର ‘ଅନ୍ତରଭାସ୍ନା ଓ ସୀତା’ ମନୋନୀତ ହୋଇଥିଲା । ଏଜେନ୍ସି ତରଫରୁ ଏପର୍ଯ୍ୟନ୍ତ ୨୦୦ ଅଧିକ ବିଜ୍ଞାପନ ଚଳିଚିତୟ ନିର୍ମାଣ କରାଯାଇଛି ।

ଏହି ନୂତନ ପ୍ରକଳ୍ପ ସଂପର୍କରେ ୍ସି ‘ଦୟା ଏଣ୍ଟରଟେନମେଣ୍ଟ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୟାନିଧି ଦହିମା କହିଛନ୍ତି କି ‘ଦ୍ୱିତୀୟ ଥର ପାଇଁ ଏନଇସିସି ସହିତ ଜଡିତ ହୋଇ ଆମେ ଆନନ୍ଦିତ, ଆମ ଟିମ ଏହି ପ୍ରକଳ୍ପରେ ଦ୍ୱିତୀୟ ଥର ପାଇଁ କାମ କରିବାକୁ ଏବଂ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ’

ସେପଟେ ଅଭିଯାନ ଉପରେ ଆଲୋକପାତ କରି ଦୟା ଏଣ୍ଟରଟେନମେଣ୍ଟର ନିର୍ଦ୍ଦେଶକ ଶିବାସିସ୍ ନାୟକ କହିଛନ୍ତି କି, ଅଣ୍ଡା ପିଲାମାନଙ୍କ ପାଇଁ ପୋଷକତତ୍ତ୍ୱର ଏକ ମହାନା ଉତ୍ସ । ଏହି ଅଭିଯାନ ମାଧ୍ୟମରେ ପିଲାମାନେ କିଭଳି ଅଣ୍ଡାପ୍ରତି କିଭଳି ଆକର୍ଷିତ ହେବେ ତାହା ଉପରେ କାମ କରାଯାଉଛି ବୋଲି ସେ କହିଛନ୍ତି ।

ଦ୍ୱିତୀୟ ଥର ପାଇଁ ଏହି ଅଭିଯାନରେ ଯୋଡି ହୋଇଥିବା ଓଡିଆ ଅଭିନେତ୍ରୀ ଶୀତଲ ପାତ୍ର କହିଛନ୍ତି କି ପିଲାବେଳୁ ମୁଁ ଏହି ବିଜ୍ଞାପନ ଦେଖି ଖୁସି ହେଉଥିଲି । ଏବେ ୨ ବର୍ଷ ଧରି ଏହି ବିଜ୍ଞାପନ ସହ ଜଡିତ ଥିବାରୁ ନିଜକୁ ଗର୍ବିତ ମନେ କରୁଛି ।