ଧରା ପଡିଲା ପଡୋଶୀ ଆନ୍ଧ୍ରର ବଡ ଷଡଯନ୍ତ୍ର । ଓଡିଶାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ରର ବିଜ୍ଞପ୍ତି, ଆସନ୍ତା ୧୩ ଓ ୧୭ ତାରିଖରେ ନିର୍ବାଚନ ପାଇଁ ଘୋଷଣା, ନାମାଙ୍କନ ଦାଖଲ ଆରମ୍ଭ

କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆ ଅଂଚଳର ୩ଟି ଗାଁର ନା ବଦଳାଇଛି ଆନ୍ଧ୍ର ।

90

ପୁଣି ଧରାପଡିଛି ପଡୋଶୀ ଆନ୍ଧ୍ରର ଷଡଯନ୍ତ୍ର । କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆ ଅଂଚଳର ୩ଟି ଗାଁର ନା ବଦଳାଇଛି ଆନ୍ଧ୍ର । ଏହି ଗାଁର ନାଁ ବଦଳାଇ ଚଳିତ ମାସ ୧୩ ଓ ୧୭ ତାରିଖରେ ପଂଚାୟତ ନିର୍ବାଚନ କରିବାକୁ ପଡୋଶୀ ରାଜ୍ୟ ଘୋଷଣା କରିଛି । 

ଏହି ୩ଟି ଗାଁ ହେଲା ତଳଗଞ୍ଜେଇ ପଦର, ଫୁଗଣ ସିନେରି ଓ ଫାଟୁ ସିନେରୀ । ଆନ୍ଧ୍ରର ସାଲୁରୁ ବ୍ଲକ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ପତ୍ର ବି ଦାଖଲ ଆରମ୍ଭ ହୋଇଛି । ପୂର୍ବରୁ ଆନ୍ଧ୍ର ମାନଚିତ୍ରରେ କୋଟିଆକୁ ଦର୍ଶାଇବା ନେଇ ବିବାଦ ଦେଖାଦେଇଥିଲା । ଏପରିକି ଏହି ଅଂଚଳର କିଛି ଗାଁରେ ଆନ୍ଧ୍ର ଦାଦଗିରି କରିଥିଲା । ଏହାକୁ ନେଇ ତୀବ୍ର ପ୍ରତିବାଦ କରିଥିଲା ଓଡିଶା । ଏହାପରେ ଉଭୟ ରାଜ୍ୟର ଅଧିକାରୀ ଆଲୋଚନା କରି ପଦକ୍ଷେପ ନେବାକୁ ରାଜି ହୋଇଥିଲେ ।  

ତେବେ ଏଠାରେ ପଡୋଶୀ ରାଜ୍ୟ ଆନ୍ଧ୍ର ଠିକ୍ ପଡୋଶୀ ଦେଶ ଚୀନ୍ ଭଳି କାର୍ଯ୍ୟ କରୁଛି । ସୀମାରେ ଚୀନ୍ ଯେଉଁଭଳି ବିସ୍ତାରବାଦୀ ନିତି ଆପଣାଇଛି ଠିକ୍ ସେହିଭଳି ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ର ବିସ୍ତାରବାଦୀ ନିତି ଆପଣାଇଛି ବୋଲି କହିଲେ ଅତ୍ୟୁପ୍ତି ହେବନି ।