ରେଳ ବଜେଟରେ ଓଡିଶାକୁ  ମିଳିଲା ୫୫୨୮ କୋଟି । ନୂଆ ରେଳପଥ, ଗେଜ ପରବର୍ତନ ଓ ଦୋହରୀକରଣ ପାଇଁ ୩୯ ପ୍ରକଳ୍ପ, ୪ ହଜାର ୮୭୭ କିଲୋମିଟର ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ

ରେଳ ବଜେଟରେ ଏଥର ଓଡିଶାକୁ ମିଳିଛି  ୫୫୨୮କୋଟି ଟଙ୍କା

464
କନକ ବ୍ୟୁରୋ : ରେଳ ବଜେଟରେ ଏଥର ଓଡିଶାକୁ ମିଳିଛି  ୫୫୨୮କୋଟି ଟଙ୍କା ।  ଚଳିତବର୍ଷ ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ  ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ମାଗିଥିଲେ ।  କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ୱିଟ କରିଛନ୍ତି । ଗୋୟଲ ଦାବି କରିଛନ୍ତି,  ୨୦୦୯-୨୦୧୪ ମଧ୍ୟରେ  ଓଡିଶାର ରେଳପ୍ରକଳ୍ପଗୁଡିକ ଲାଗି  ହାରାହାରି  ୮୩୮ କୋଟି ଟଙ୍କା ଆସିଥିବାବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଛି ।  ଏଥିରେ ନୂଆରେଳପଥ , ଗେଜ ପରବର୍ତନ ଓ ଦୋହରୀକରଣ  ଭଳି ୩୯ଟି ପ୍ରକଳ୍ପ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ  ଏ ନେଇ ପୂର୍ବତଟ ରେଳପଥ  ବିସ୍ତୁତ ବିବରଣୀ ଦେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକରେ ୬୧ ହଜାର ୯ଶହ ୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ୪ ହଜାର ୮୭୭ କିଲୋମିଟର ରେଳପଥ ବିଛା ଯିବାର କାର୍ଯ୍ୟକ୍ରମ ରହିଛି ।
ଏବେ ଆସନ୍ତୁ ଦେଖିବା କେଉଁ ପ୍ରକଳ୍ପକୁ ମିଳିଛି କେତେ ଅନୁଦାନ । ମିଳିଥିବା ଖବର ଅନୁସାରେ,
-ଖୋର୍ଦ୍ଧା ରୋଡ-ବଲାଙ୍ଗୀର ୨୮୯ କି.ମି ପାଇଁ  ୫୦୦ କୋଟି
-ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିଲୋମିଟର ପାଇଁ ୪ ଶହ କୋଟି
-ହରିଦାସପୁର-ପାରାଦ୍ୱୀପ  ୮୨  କିମ  ଶହେ କୋଟି
-ତାଳଚେର-ବିମଳାଗଡ ୧୫୪ କିଲୋମିଟର ପାଇଁ  ୧୦ କୋଟି ଟଙ୍କା
-ଜୟପୁର-ମାଲକାନଗିରି  ୧୩୦ କି.ମି ପାଇଁ  ୨୮ କୋଟି ଟଙ୍କା
-ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ପାଇଁ  ୧୫ କୋଟି ଟଙ୍କା
-ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲେନ ପାଇଁ  ୨୦ କୋଟି ଟଙ୍କା
-ସମ୍ବଲପୁର-ଟିଟଲାଗଡ ପାଇଁ ୨୫ କୋଟି ଟଙ୍କା ମିଳିଛି ।