ଦେଶର କିଛି ସହରରେ ଦିଲ୍ଲୀ ଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ, ଡିଜେଲ । କେଉଠି କେତେ ରହିଛି ଦର ପଢନ୍ତୁ …

87

କନକ ବ୍ୟୁରୋ: ରାଷ୍ଟ୍ରୀୟ ବଜାରରେ ତୈଳ ଦର ସ୍ଥିର ରହିଛି । ଦିଲ୍ଲୀଠାରୁ ନେଇ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବୁଧବାର ତୈଳଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସବୁ ସ୍ଥାନଠାରୁ ଅଧିକ ଦାମରେ ତୈଳ ବିକ୍ରି ହେଉଛି ।

ୟୁପିର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ପ୍ରତି ଲିଟର ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପ୍ରତି ୮୯.୭୬ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ରାଜସ୍ଥାନ ଗଙ୍ଗାନଗରରେ ପେଟ୍ରୋଲ ୧୧୩.୬୫ ଟଙ୍କା ପ୍ରତି ଲିଟର ବିକ୍ରି ହେଉଥିବା ବେଳେ ଡିଜେଲ ୯୮.୩୯ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ମଧ୍ୟପ୍ରଦେଶ ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୮.୬୫ ଟଙ୍କା ବିକ୍ରି ହେଉଥିବା ବେଳେ ଡିଜେଲ ପ୍ରତି ଲିଟର ୯୩.୯୦ ପଇସାରେ ବିକ୍ରି ହେଉଛି । ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଅଏଲର ଦାମ ବଢିବା କମିବା ଭିତରେ ରାଷ୍ଟ୍ରୀୟ ବଜାରର ମେ ୨୧ ପରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୬.୭୨ ଟଙ୍କା ପ୍ରତି ଲିଟର ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପ୍ରତି ୮୯.୬୨ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।

ଦେଶରେ ସବୁଠାରୁ ଶସ୍ତା ପେଟ୍ରୋଲ ବିକ୍ର ହେଉଛି ପୋର୍ଟବ୍ଲେୟାରରେ । ଏଠାରେ ପେଟ୍ରୋଲ ଲିଟର ୮୪.୧୦ ଟଙ୍କା ରହିଛି । ସେହିଭଳି ଡିଜେଲ ୭୯.୭୪ ଟଙ୍କାରେ ବିକ୍ରି ହେଉଛି । ବିହାର ପାଟନାରେ ପେଟ୍ରୋଲ ଲିଟର ପ୍ରତି ୧୦୭.୨୪ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୪.୦୪ ଟଙ୍କାରେ ବିକ୍ରି ହେଉଛି ।