କେନ୍ଦୁ ପତ୍ରକୁ ନେଇ ୨ ରାଜ୍ୟ ମୁହାଁମୁହିଁ: ଓଡିଶାର କେନ୍ଦୁପତ୍ର ଗୋଦାମରେ ଛତିଶଗଡର ଚଢାଉ

100

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଏମଭି-୧୬ ଓ ଏମଭି-୩ ଗାଁରେ ଥିବା କେନ୍ଦୁପତ୍ର ଗୋଦାମରେ ଚଢାଉ କରିଛନ୍ତି ଛତିଶଗଡର ବନବିଭାଗ ଅଧିକାରୀ । ଛତିଶଗଡର କେନ୍ଦୁପତ୍ରକୁ ଓଡିଶା ଚୋରା ଚାଲାଣ କରାଯାଉଥିବା ଅଭିଯୋଗରେ ଛତିଶଗଡ ପୁଲିସ ଓ ବନ ବିଭାଗ ଅଧିକାରୀ ଏହି ଚଢାଉ କରିଛନ୍ତି ।

କେନ୍ଦ୍ରପତ୍ର ଗୋଦାମରେ ଚଢାଉ ସମୟରେ ଛତିଶଗଡ ବନବିଭାଗ ସହ ମୁହାଁମୁହିଁ ହୋଇଛନ୍ତି ବ୍ୟବସାୟୀ । ଗୋଦାମରେ ଥିବା କେନ୍ଦୁପତ୍ର ସୁକୁମା ଅଂଚଳରୁ ଆସିଥିବା ସୁକୁମା ବନ ବିଭାଗ ଦାବି କରିଛନ୍ତି । ଅନ୍ୟପଟେ ଓଡିଶା କହିଛନ୍ତି ଗୋଦାମରେ ଗଚ୍ଛିତ କେନ୍ଦୁପତ୍ର ଓଡିଶା ଜଙ୍ଗଲର । ଏହାକୁ ନେଇ କେନ୍ଦ୍ରପତ୍ର ଗୋଦାମରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି ।

କୁହାଯାଉଛି ଛତିଶଗଡରେ କେନ୍ଦୁପତ୍ର ତୋଳାଳି କୋଟି କୋଟି ଟଙ୍କା ବକେୟା ପାଇ ନାହାନ୍ତି । ଛତିଶଗଡ କଂଟା ଅଂଚଳର କେନ୍ଦୁପତ୍ର ବ୍ୟବସାୟୀ ଗୁଲାମ ଖାନ କେନ୍ଦୁପତ୍ର ତୋଳାଳିଙ୍କ କୋଟି କୋଟି ଟଙ୍କାର ପାଉଣା ଦେଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛତିଶଗଡରେ ରାଜନୀତି ମଧ୍ୟ ସରଗରମ ରହିଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ତତ୍ପର ହୋଇଛି ଛତିଶଗଡ ବନବିଭାଗ ଓ ପୁଲିସ । ଏପଟେ ମାଲକାନଗିରିରେ୍ ଚଢାଉ କରି ଗୁଲାମ ଖାନଙ୍କ ସଂପର୍କୀୟ ତଥା କେନ୍ଦୁପତ୍ର ବ୍ୟବସାୟୀ ବାହାଦୂର ଖାନଙ୍କୁ ଛତିଶଗଡ ପୁଲିସ ଉଠାଇ ନେଇଛି ।