ଓଡ଼ିଶାରେ ଆରମ୍ଭ ହେଲା ଓବିସି ସର୍ଭେ । ଜାଣନ୍ତୁ ଉଭୟ ଅନଲାଇନ ଓ ଅଫଲାଇନରେ କେମିତି ହେବେ ସାମିଲ ।

2,596

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ଓବିସି ସର୍ଭେ । ସାରା ରାଜ୍ୟରେ ଏହି ସର୍ଭେ ଚାଲିଛି । ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଉଛି । ଭୋଟର ଆଇକାର୍ଡରୁ ନେଇ ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ଦେଇ ସର୍ଭେରେ ନିଜକୁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ । ସେହିଭଳି ନୋଡାଲ ଅଫସିର, ମେୟର ସମସ୍ତ ସେଂଟର ଗୁଡିକ ବୁଲି ଦେଖୁଛନ୍ତି ।

ଆସନ୍ତା ୨୦ ତାରିଖ ଯାଏଁ ଏହି ସର୍ଭେ ଓ ୨୦ରୁ ୨୭ ଯାଏ ସ୍ପେଶାଲ ସର୍ଭେ ହେବ । ୨୦୮ ଜାତି ଏହି ସର୍ଭେରେ ସାମିଲ ହୋଇଛନ୍ତି । ତେବେ ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଉଛି । ତେବେ ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ ଚାଲିଛି । ପରିବାରର ମୁଖିଆ ଅବା ବରିଷ୍ଠ ଲୋକଙ୍କ ଠାରୁ ତଥ୍ୟ ଗ୍ରହଣ କରାଯାଉଛି । ଯେଉଁ ପଛୁଆ ବର୍ଗଙ୍କ ରାସନ କାର୍ଡ ନାହିଁ ସେମାନଙ୍କର ତଥ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ । ଗାଁ ଓ ସହରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ , ଅନ୍ୟ ସରକାରୀ ଅଧିକାରୀମାନେ ସର୍ଭେରେ ନିୟୋଜିତ ହେବେ । କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଏନୁମେଟର ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି ।