ନିଜ ପୁଅକୁ ହତ୍ୟା କରିଥିବା ସୂଚନା ସେଠର ମିଛ ବାହାନା, ଯାଂଚ ରିପୋର୍ଟରେ ହେଲା ଖୁଲାସା

1,687

କନକ ବ୍ୟୁରୋ : ସୂଚନା ସେଠ ନାମର ସେହି ମହିଳା କୁ ଆପଣମାନଙ୍କର ମନେଥିବ । ସେହି ସୂଚନା ସେଠ ଯିଏ ଗୋଆର ଏକ ହୋଟେଲ ରୁମରେ ନିଜର ୪ବର୍ଷର ନିରିହ ପୁଅକୁ ନିର୍ମମ ଭାବରେ ହତ୍ୟା କରିଥିଲା । ପରେ ନିଜର ପୁଅର ମୃତ ଶରୀରକୁ ଏକ ସୁଟକେସରେ ପୁରାଇ ଟାକ୍ସିରେ ବେଙ୍ଗାଲୁରୁ ପାଇଁ ବାହାରି ଯାଇଥିଲା । ଏହି ମାମଲାରେ ଗିରଫ ହେବା ପରେ ସୂଚନା ସେଠ ଏବଂ ତାଙ୍କ ପରିବାର ଲୋକ ତାଙ୍କ ମାନସିକ ସ୍ଥିତି ଠିକ ନାହିଁ ବୋଲି କୋର୍ଟରେ ପ୍ରମାଣ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ହେଲେ ଏବେ ଗୋଆ ପୋଲିସ ଏହି ତଥ୍ୟର ମାନସିକ ମୂଲ୍ୟାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରିଛି । ଯେଉଁଥିରେ ବହୁତ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ହୋଟେଲ ରୁମରେ ନିଜ ପିଲାର ନିର୍ମମ ଭାବରେ ହତ୍ୟା କରିବା ପରେ ସେ ଯେଉଁଭଳି ଭାବରେ ପିଲାର ମୃତ ଶରିରକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ଏବଂ ପୋଲିସର ପଚରାଉଚରା ସମୟରେ ସମସ୍ତ ପ୍ରମାଣ ସାମ୍ନାକୁ ଆସିବା ସତ୍ୱେ ମଧ୍ୟ ସେ ଯେଉଁଭଳି ଭାବରେ ସତ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିଲେ ସୂଚନା ସେଠ ତାକୁ ଦେଖି ପୋଲିସକୁ ମଧ୍ୟ ଲାଗିଥିଲା କି ସୂଚନା ସେଠ କୌଣସି ମାନସିକ ରୋଗର ଶିକାର ହୋଇଛନ୍ତି । କିନ୍ତୁ ଏବେ ସୂଚନାଙ୍କ ମାନସିକ ସ୍ଥିତିକୁ ନେଇ ଆସିଥିବା ଡାକ୍ତରୀ ରିପୋର୍ଟ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । ଏହି ରିପୋର୍ଟ ଅନୁସାରେ ସୂଚନା ସେଠର ମାନସିକ ସ୍ୱାସ୍ଥ୍ୟ ପୁରା ଠିକ୍ ଅଛି । କୌଣସି ସାଇକୋପାଥୋଲୋଜିକାଲ୍ ମାମଲା ପ୍ରକାଶ ପାଇନାହିଁ ଏବଂ ତାଙ୍କୁ ପଚାରାଯାଇଥିବା ସମସ୍ତ ପ୍ରଶ୍ନର ସ୍ପଷ୍ଟ ଏବଂ ଯୁକ୍ତିଯୁକ୍ତ ଉତ୍ତର ଦେଇଥିଲେ । ଯାହା ପ୍ରମାଣ କରାଉଛି କି ତାଙ୍କର କୌଣସି ମାନସିକ ରୋଗ ନାହିଁ ।

ପୁଅକୁ ହତ୍ୟା କରିବାପରେ ସୂଚନା ସେଠ ହାତକାଟି ଦେଇଥିଲେ କିନ୍ତୁ ଏହା ମଧ୍ୟ ଘଟଣାକୁ ନୂଆ ମୋଡ ଦେବା ପାଇଁ ସୂଚନାଙ୍କର କୌଣସି ପ୍ଲାନ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସୂଚନାଙ୍କ ପିତା ଗୋଆ କୋର୍ଟରେ ଏ ସମ୍ପର୍କରେ ଆବେଦନ କରିଥିଲେ ଏବଂ ତାଙ୍କ ଝିଅ ମାନସିକ ରୋଗର ଶିକାର ହୋଇଥିବା ସେ ଦାବି କରିଥିଲେ । ସେଥିପାଇଁ ତାଙ୍କ ମାନସିକ ସ୍ଥିତିର ଡାକ୍ତରୀ ପରିକ୍ଷା କରାଯିବା ଉଚିତ୍ । କୋର୍ଟରେ ଦିଆଯାଇଥିବା ଆବେଦନରେ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅର ମାନସିକ ଅସୁସ୍ଥତା କାରଣରୁ ସୂଚନା ସେଠ ଆଇନଗତ ଭାବରେ ନିଜକୁ ରକ୍ଷା କରିବା ସ୍ଥିତିରେ ନାହାନ୍ତି । ତାଙ୍କର ଅସୁସ୍ଥତା ବିଷୟରେ ସେ ନିଜେ ମଧ୍ୟ ଅବଗତ ନାହାନ୍ତି ।

ଘଟଣାକୁ ନେଇ ସୂଚନାଙ୍କ ପିତା କହିଛନ୍ତି କି ମାନସିକ ସ୍ଥିତି ଠିକ୍ ନଥୁିବା ସମୟରେ ସୂଚନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଅନ୍ୟାୟ ହେବ । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଗୋଆ ପୋଲିସ ସୂଚନାଙ୍କ ମାନସିକ ଅବସ୍ଥାକୁ ଯାଂଚ କରିବା ପାଇଁ ମନୋଚିକିସô୍କଙ୍କ ଏକ ଦଳକୁ ନିଦେର୍ଶ ଦେଇଥିଲେ । ସୂଚନାଙ୍କୁ ନେଇ ଅନେକ ପଚାରାଉଚାରା ଏବଂ ମେଡିକାଲ ଏକ୍ସରସାଇଜ କରାଇବା ପରେ ରିପୋର୍ଟ ତିଆରି କରାଯାଇଥିଲା ।

ସୂଚନାର ମାନସିକ ସ୍ୱାସ୍ଥ୍ୟ ରିପୋର୍ଟକୁ ନେଇ ଏବେ ପୋଲିସର ମାମଲା ଅଧିକ ଶକ୍ତିଶାଳୀ ହୋଇଛି । କାରଣ ଯଦି ରିପୋର୍ଟରେ ପ୍ରକୃତରେ ସୂଚନାର ମାନସିକ ସମସ୍ୟା କିମ୍ବା ଅସୁସ୍ଥତା ପ୍ରକାଶ ପାଇଥାନ୍ତା ତେବେ ପ୍ରତିରକ୍ଷା କୋର୍ଟରେ ସମାନ ରିପୋର୍ଟ ଉପସ୍ଥାପନା କରି ସୂଚନା ସେଠ ଆରାମ ପାଇବାକୁ ଚେଷ୍ଟା କରିଥାନ୍ତେ । ହେଲେ ଏବେ ଯାଏଁ ସୁଚନା ସେଠ ନିଜର ଭୁଲକୁ ମାନିନାହାନ୍ତି । ପୋଲିସ ପାଇଥିବା ସୁରାକ୍ ନେଇ ଖୋଳତାଳ ଜାରିରଖିଛି ।