ଉତ୍ତର କୋରିଆରେ କରୋନାର କରାଳ ରୂପ, ୪ ଦିନରେ ୮ ଲକ୍ଷ ସଂକ୍ରମିତ ଚିହ୍ନଟ

240

କନକ ବ୍ୟୁରୋ : ପୁଣି ଥରେ କରୋନା ଫେରୁଛି । ଏହାର ପ୍ରଭାବ ଏବେ ବିଶ୍ୱର ବିଭିନ୍ନ ଦେଶମାନଙ୍କରେ ଦେଖିବାକୁ ମିଳିଛି । ହେଲେ ଉତ୍ତର କୋରିଆ ଭଳି ଏକ ଛୋଟ ଦେଶରେ କରୋନାର କରାଳ ରୂପ ଏବେ ଦେଶବାସୀଙ୍କୁ ବିଚଳିତ କରିଦେଇଛି । ଗତ ୪ ଦିନ ମଧ୍ୟରେ ଦେଶରେ ୮ ଲକ୍ଷରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ବି ୪୨ ଜଣ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ।

ସେପଟେ ଉତ୍ତର କୋରିଆ ସରକାର କରୋନା କଟକଣାକୁ କଠୋର କରିଛନ୍ତି । ଦେଶରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । କହିରଖୁ କି କରୋନା ସଂକ୍ରମଣ ଯେତେବେଳେ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିଲା । ଦୀର୍ଘ ଦୁଇବର୍ଷ ପୁରା ବିଶ୍ୱକୁ ସ୍ଥିର କରିଦେଇଥିଲା ସେତେବେଳେ ଉତ୍ତର କୋରିଆରେ ଜଣେ ବି କେହି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କଥାକୁ ଅସ୍ୱିକାର କରିଥିଲେ ସେଠିକାର ସରକାର ।

ଏବେ ଉତ୍ତର କୋରିଆ ସରକାର ତରଫରୁ କୁହାଯାଇଛି କି କରୋନା ସଂକ୍ରମିତ ହୋଇଥିବା ପ୍ରଥମ ରୋଗୀ ଏପ୍ରିଲ ମାସରେ ପ୍ୟାଙ୍ଗୟାଙ୍ଗ ସହରରୁ ଚିହ୍ନଟ ହୋଇଥିଲେ । ଏହାପରେ ରାଜଧାନୀରେ ୧୫-୨୫ ଏପ୍ରିଲ ମଧ୍ୟରେ କିଛି ବଡ ବଡ ସଭା ହୋଇଥିଲା । ଏହି ସଭାରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ଓ ଏହାପରେ ସଂକ୍ରମଣ ବଢିବାରେ ଲାଗିଥିଲା ।