ସାଉଦି ଆରବରେ ଓଡିଆ ସଙ୍ଗଠନ : “ଉତ୍କଳିକା”ର ୧୩ ତମ ବାର୍ଷିକ ଉତ୍ସବ ପାଳିତ । ବିଦେଶରେ ଶୁଭିଲା ଓଡ଼ିଶୀ ନୃତ୍ୟର ଛନ୍ଦ

95

ସାଉଦି ଆରବରେ ପୂର୍ବାଞ୍ଚଳ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା” ର ୧୩ ତମ ବାର୍ଷିକ ଉତ୍ସବ ଜୁବେଲ ସ୍ତିତ ଆବୁ ଅଲୀ ଆଇସଲ୍ୟାଣ୍ଡ ର ସିପଚେମ୍ କ୍ୟାମ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୩ ଓଡିଆ ପରିବାର ସମେତ ୪୬୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ,ଏହି ଅବସରରେ ବିଭିନ୍ନ ନୃତ୍ୟ, ଗୀତ ଏବଂ ନାଟକ ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏ କେ ଦାସ ଙ୍କ ସ୍ବାଗତ ଭାଷଣ ପରେ ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସବ୍ୟସଚୀ ଶତପଥୀ ମୁଖ୍ୟ ବକ୍ତା ଅବିନାଶ କର୍ନିକ ଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମିର ଖାନ (ଅଧ୍ୟକ୍ଷ ଡୁନ୍ ପବ୍ଲିକ ସ୍କଲ) ଯୋଗ ଦେଇ ଓଡ଼ିଶାର ସଂସ୍କତି, ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ।

ଏଥି ସହିତ “ମୁ ଓଡ଼ିଆ ମୋ ଭାଷା ବଢିଆ” ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀ ଙ୍କ ସ୍ମୃତି ଚାରଣ କରି, ଅନୁଷ୍ଠାନର ସଦସ୍ୟ ସ୍ବର୍ଗତ ମିଶ୍ର ଭାଈ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା, ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ,ବନ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ଜାତୀୟ ସଂଗୀତ ” ବନ୍ଦେ ଉତ୍କଳଜନନୀ ” କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। ଏଥି ସହିତ ରୋଜା ରୀୟାଦ ଏବଂ କଳିଙ୍ଗାନା ଦମ୍ମାମ ର ଅତିଥି ମାନେ ଯୋଗଦେଇ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ସଂକ୍ଷେପରେ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଦସ୍ୟ ପ୍ର୍ୟାରୀମୋହନ ମଲ୍ଲିକ, ଲେଙ୍କା ବାବୁ, ସରୋଜ ପାତ୍ର, ସୁଶାନ୍ତ ପ୍ରଧାନ, ସଂଜୀବ , ପ୍ରତାପ ନାୟକ, ମନୋଜ, ଜୟନ୍ତ ବାବୁ, ମୁସ୍ତାଫା ବାବୁ, ପ୍ରଭାତ, ସୁଧୀର, ପାଢ଼ୀ, ରାମ ବାବୁ, ସୁବାସିଶ, ବସନ୍ତ, ପଙ୍କଜ, ମାନସ, ବାସୁଦେବ ସମେତ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ସଫଳତାର ତୁଲାଇବା ପାଇଁ ସହୋଜୋଗ କରିଥିଲେ। ସଙ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକେ ନୃତ୍ୟ,ଗୀତ ର ତାଳେ ତାଳେ ଝୁମିବା ସହ କମେଡି ନାଟକ ର ମଜା ଉଠାଇଥିଲେ, ଏଥି ସହିତ ସମସ୍ତ ପରିବାର