ଶବକୁ ମିଳୁନି ଶ୍ମଶାନ । ମଶାଣିରେ ଜାଗା ଦେଲେନି ଗ୍ରାମବାସୀ

89

କନକ ବ୍ୟୁରୋ : ଶବକୁ ମିଳୁନି ଶ୍ମଶାନ । ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଜାଗା ଦେଲେନି ଗ୍ରାମବାସୀ । ଶ୍ମଶାନରେ ଜାଗା ମିଳୁନଥିବାରୁ ଶେଷକୃତ୍ୟ ହୋଇନାପାରି ଘରେ ପଡି ରହିଛି ମୃତଦେହ । ଏହି ଅଭାବନୀୟ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ଗୁଳିବଡନା ଗାଁରେ ଉତେଜନା ସୃଷ୍ଟି ହୋଇଛି । ଶୁକ୍ରବାର ଝରିଗାଁ ବ୍ଲକ ଗୁଳିବଡନା ଗାଁର ଜିତୁ ଭତ୍ରାଙ୍କ ଦେହାନ୍ତ ହୋଇଥିଲା । ମୃତ ବୃଦ୍ଧ ଜଣକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ହିନ୍ଦୁ ସଂପ୍ରଦାୟ ଶ୍ମଶାନରେ ଜାଗା ଦେବାକୁ ମନା କରୁଛନ୍ତି । ଫଳରେ ଶବସକ୍ରାର ହୋଇପାରୁ ନାହିଁ । ମୃତକଙ୍କ ଘରେ ଶବ ପଡି ରହିଛି ।
ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିବା ସୂଚନା ମିଳିଛି । ଖବର ପାଇ ଗତ ରାତିରେ ଝରିଗାଁ ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଗାଁରେ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଗ୍ରାମବାସୀ ମାନୁ ନାହାନ୍ତି । ଗାଁ ଲୋକଙ୍କ କହିବା କଥା ହିନ୍ଦୁ ଦେବାଦେବୀଙ୍କୁ ସେମାନେ ଗାଳି ଦେଉଛନ୍ତି । ତେଣୁ କୌଣସି ମତେ ସେହି ପରିବାରକୁ ମଶାଣିରେ ଜାଗା ଦିଆଯିବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ ପ୍ରଶାସନ ଯେଉଁଠି ଜାଗା ଦେବ ସେଠାରେ ଅନ୍ତିମ ସଂସ୍କାର କରିବୁ ବୋଲି ମୃତକଙ୍କ ପୁଅ କହିଛନ୍ତି ।