ଅଧା ତିଆରି ହୋଇ ପଡିଛି ପୋଲ: ଗାଁକୁ ନାହିଁ ଭଲ ରାସ୍ତା, ବାଉଁଶ ପୋଲ ଉପରେ ବିପଦଶଙ୍କୁଳ ଯାତ୍ରା

53

କନକ ବ୍ୟୁରୋ: ଅଧା ତିଆରି ହୋଇ ପଡିଛି ପୋଲ । ଯିବାଆସିବାକୁ ଭଲ ରାସ୍ତାଟିଏ ନଥିବାବେଳେ ଗାଁ ମୁଣ୍ଡ ନାଳ ଉପରେ ତିଆରି ହୋଇଛି କାଠ ପୋଲ । ଆଉ ଏହି ବାଉଁଶ ପୋଲ ଉପରେ ବିଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବାଆସିବା କରୁଛନ୍ତି ଲୋକେ । କନ୍ଧମାଳର ଗଡିପଦର ଓ ବିନ୍ଦୁପଦର ଏହି ଦୁଇଟି ଗାଁର ଲୋକଙ୍କ ଅନେକ ସମସ୍ୟା ରହିଛି । ଆଉ ତାରି ଭିତରେ ଏହିି ରାସ୍ତା ସମସ୍ୟା ମୁଖ୍ୟ ପାଲଟିଛି । ବହୁବାର ଅଭିଯୋଗ ରକିବା ପରେ ପୋଲ କାମ ଆରମ୍ଭ ହେଲା ହେଲେ ତାହା ବି ଅଧପନ୍ତରିଆ ହୋଇପଡ଼ିଛି । ୫ବର୍ଷ ପରେ ହୋଇଯାଇଥିଲେ ବି କାମ ସରିବାର ନାଁ ନଉନି । ସେପଟେ ଲୋକେ ବାଧ୍ୟ ହୋଇ କିଛି କାଠ ପକାଇ ତାଉପରେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଏମିତିକି ଗୁରୁତର ଅବସ୍ଥାରେ ରୋଗୀଟିଏ ବି ନବାକୁ ବହୁ ସମସ୍ୟା ଉପୁଜିଥାଏ । ଏହି ସସମ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଉଛି ହେଲେ ପ୍ରତିଥର ଭଳି ଚଳିତ ଥର ବି ମିଳିଛି ପ୍ରତିଶ୍ରୁତି ।