ଓଡ଼ିଆ ଫିଲ୍ମ ଦମନକୁ ନେଇ ଚାରିଆଡେ ଚର୍ଚ୍ଚା: ଫିଲ୍ମରେ ଅଧିକାଂଶ ଭୂମିକାରେ ଅଭିନୟ କରିଥିଲେ ହାଲ୍ କର୍ମଚାରୀ

907

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମ ଦମନ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଉ ସବୁଠୁ ବେଶୀ ଚର୍ଚ୍ଚା ପାଲଟିଛି ଫିଲ୍ମରେ ଅଭିନୟ କରିଥିବା ହାଲ୍’ର ପ୍ରାୟ କର୍ମଚାରୀ । ଉପାନ୍ତ ମାଲାକନଗିରି ଜିଲ୍ଲାରେ ଜଣେ ଡାକ୍ତର କିଭଳି ନିର୍ଭୀକ ଭାବେ ରୋଗୀଙ୍କ ସେବାରେ ଲାଗିଛନ୍ତି ତାକୁ ନେଇ ଦର୍ଶାଯାଇଛି ଫିଲ୍ମରେ । ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନ୍ ଓ ଅଭିନେତ୍ରୀଙ୍କୁ ବାଦ୍ ଦେଇ ପ୍ରାୟ କଳାକାର ହାଲ’କର୍ମଚାରୀ ।