ଏନଡିଏରେ ସାମିଲ ହେବେ ଚିରାଗ ପାଶୱାନ, କ୍ୟାବିନେଟରେ ମିଳିବ କି ସ୍ଥାନ !

119

କନକ ବ୍ୟୁରୋ : କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଲଜେପି ମୁଖ୍ୟ ତଥା ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପଶୱାନଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଛି । ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହି ଭେଟ ପରେ ଏବେ ପୁଣିଥରେ ଚିରାଗ ପାଶୱାନ ଏନଡିଏରେ ସାମିଲ ହେବା ନେଇ ସ୍ପଷ୍ଟ ସଂକେତ ମିଳିଛି । କେବଳ କେଉଁଦିନ ଚିରାଗ ଏନଡିଏରେ ସାମିଲ ହେବେ ତାହା ବାକି ରହିଛି । ହେଲେ ନିତ୍ୟାନନ୍ଦ ରାୟ କହିଛନ୍ତି କି ଚିରାଗଙ୍କ ଘର ମୋର ପୁରୁଣା ଘର । ଏଠାରେ ଆମର ପୁରୁଣା ସଂପର୍କ ରହିଛି ।

କେବଳ ସେତିକି ନୁହେଁ ନିତ୍ୟାନନ୍ଦ ରାୟ କହିଛନ୍ତି କି ବିଜେପି ଓ ରାମବିଳାଶ ପାଶୱାନ ଦେଶକୁ ନିଜ ସେବା ମାଧ୍ୟମରେ ଖୁସି ରଖିବାକୁ କାମ କରିଥିଷଲ । ଚିରାଗ ସହିତ ଆମର କୌଣସି ଖରାପ ସଂପର୍କ ନାହିଁ । ହେଲେ ବିରୋଧୀମାନେ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦେଖି ବିବ୍ରତ ହୋଇପଡିଛନ୍ତି । ହେଲେ ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକଜୁଟ ହୋଇସାରିଛନ୍ତି ବୋଲି ନିତ୍ୟାନନ୍ଦ ରାୟ କହିଛନ୍ତି ।

କହିରଖୁ କି ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଏଲଜେପି ମଧ୍ୟରେ ଫାଟ ଦେଖିବାକୁ ମିଳିଥିଲା । ଆସନ ଭାଗବଣ୍ଟାକୁ ନେଇ ଚିରାଗ ପଶୱାନ ଏନଡିଏରୁ ବାହାରି ଯାଇଥିଲେ ।