ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ଜାତୀୟ ପତାକାରୁ ପ୍ରେରଣା ନେଇ ଟ୍ରେନରେ ନୂଆ ରଙ୍ଗ ଦିଆଯାଇଥିବା କହିଲେ ଅଶ୍ୱିନୀ ବୈଷ୍ଣବ

1,201

କନକ ବ୍ୟୁରୋ : ବନ୍ଦେ ଭାରତ ଏକ୍ସ୍ରପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ସେମି ସ୍ପିଟ୍ ଏକ୍ସପ୍ରେସ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ, ଏବେ ଏକ ନୂଆ ରଙ୍ଗରରେ ନଜର ଆସିବ । ଗେରୁଆ ରଙ୍ଗରେ ରଙ୍ଗିନ ହୋଇଛି ଏହି ଟ୍ରେନ୍ । ଦେଶର ଜାତୀୟ ପତକାରୁ ଅନୁପ୍ରାଣିତ ହୋଇ ଟ୍ରେନକୁ ନୂଆ ଦିଆଯାଇଛି । ଖୁବ ଶୀଘ୍ର ଏହି ଟ୍ରେନ ରାସ୍ତାରେ ଗଡ଼ିବ । ଚେନ୍ନାଇରେ ଥିବା ଇଂଟ୍ରିଗାଲ୍ କୋଚ୍ ଫ୍ୟାକ୍ଟ୍ରିକୁ ଯାଇ ନୂଆ ରଙ୍ଗର ଟ୍ରେନର ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବର୍ତମାନ ନୀଳ ଓ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଛି । କିନ୍ତୁ ଯେଉଁ ନୂଆ ଟ୍ରେନ ଆସିବ ସେଥିରେ କମଳା ରଙ୍ଗ ସହ ଧଳା ଓ କଳା ରଙ୍ଗରେ ଟ୍ରେନକୁ ରଙ୍ଗିନ କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସରେ କେଉଁ କେଉଁ ପରିବର୍ତନ କରିବାର ଆବଶ୍ୟକତା ରହିଛି, ସେ ନେଇ ଲୋକଙ୍କ ମତାମତ ନିଆଯାଇଥିଲା । ଲୋକଙ୍କ ମତାମତ ଆଧାରରେ କିଛି ପରିବର୍ତନ କରାଯାଇଛି । ଟ୍ରେନର ରଙ୍ଗ ପରିବର୍ତନ, ଯାତ୍ରୀ ବଡ଼ା ଭଳି ୨୫ଟି ପରିବର୍ତନ କରାଯାଉଛି ।