ନୀତି ଆୟୋଗ ଜାରି କଲା ହେଲଥ ଇନଡେକ୍ସ: ଜାଣନ୍ତୁ, ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଓଡିଶା କେତେ ନମ୍ବରରେ?

143

କନକ ବ୍ୟୁରୋ: ନୀତି ଆୟୋଗ ଦ୍ୱାରା ଆଜି ହେଲଥ ଇନଡେକ୍ସ ଜାରି ହୋଇଛି । ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକ ବାଜି ମାରିନେଇଛନ୍ତି । ହେଲଥ ଇନଡେକ୍ସ ମୁତାବକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପରେ କେରଳ ଦେଶରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ । ତେବେ ଓଡିଶା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୧୪ତମ ସ୍ଥାନରେ ରହିଛି ।

ହେଲଥ ଇନଡେକ୍ସରେ କେଉଁ ରାଜ୍ୟ କେଉଁ ସ୍ଥାନରେ?

  1. କେରଳ
  2. ତାମିଲନାଡୁ
  3. ତେଲେଙ୍ଗାନା
  4. ଆନ୍ଧ୍ରପ୍ରଦେଶ
  5. ମହାରାଷ୍ଟ୍ର
  6. ଗୁଜୁରାଟ
  7. ହିମାଚଳ ପ୍ରଦେଶ
  8. ପଞ୍ଜାବ କର୍ଣ୍ଣାଟକ
  9. ଛତିଶଗଡ
  10. ହରିୟାଣା
  11. ଆସାମ
  12. ଝାରଖଣ୍ଡ
  13. ଓଡିଶା
  14. ଉତ୍ତରାଖଣ୍ଡ
  15. ରାଜସ୍ଥାନ
  16. ମଧ୍ୟପ୍ରଦେଶ
  17. ବିହାର
  18. ଉତ୍ତର ପ୍ରଦେଶ

ନୀତି ଆୟୋଗ ଅନୁସାରେ ହେଲଥ ଇନଡେକ୍ସ ପାଇଂ ୪ ରାଉଣ୍ଡର ସର୍ଭେ କରାଯାଇଥିଲା । ଯାହାକୁ ନେଇ ସ୍କୋର ଦିଆଯାଇଥିଲା । ୪ଟି ଯାକ ରାଉଣ୍ଡରେ ଟପରେ ରହିଥିଲା କେରଳ । କେରଳର ମୋଟ ସ୍କୋର ୮୨.୨୦ ରହିଛି । ସେହିପରି ଦ୍ୱିତୀୟରେ ଥିବା ତାମିଲନାଡୁର ୭୨.୪୨ ସ୍କୋର ରହିଛି । ଓଡିଶାର ସ୍କୋର ୪୪.୩୧ ରହିଛି ।