ବକ୍ସିଂରେ ଭାରତକୁ ଆଉ ଏକ ସଫଳତା । ୫୦ କିଲୋ ବର୍ଗରେ ନିଖତ ଜରିନଙ୍କୁ ସ୍ୱର୍ଣ୍ଣ ପଦକ । 

77

କନକ ବ୍ୟୁରୋ: ବକ୍ସିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବକ୍ସର ନିଖତ ଜରିନ ୫୦ କିଲୋ ବର୍ଗରେ ଏହି ସଫଳତା ପାଇଛନ୍ତି । ନର୍ଦ୍ଦନ ଆଇଲାଣ୍ଡର ଏମସି ନୌଲଙ୍କୁ ପରାସ୍ତ କରି ଭାରତ ପାଇଁ ୧୭ ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ନିଖତ ୫-୦ରେ ନର୍ଦ୍ଦନ ଆଇଲାଣ୍ଡର ଏମସି ନୌଲଙ୍କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ନୌଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପୂରା ମ୍ୟାଚରେ ନିଖତ ଶକ୍ତିଶାଳୀ ପଞ୍ଚ ମାରି ଦବଦବା ଜାହିର କରିଥିଲେ । ଶେଷରେ ବିଚାରକ ନିଖତଙ୍କ ସପକ୍ଷରେ ମତ ଦେଇଥିଲେ ।