ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀ କନେକ୍ସନ୍ । ଦିଲ୍ଲୀ, ପଞ୍ଜାବ ସମେତ ୬୦ ସ୍ଥାନରେ NIA ଚଢଉ । ରାଡାରରେ ବିଷ୍ଣୋଇ, ଗୋଲ୍ଡି ।

126

କନକ ବ୍ୟୁରୋ: ଭାରତରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିବା ପରେ ଆକ୍ସନ ମୋଡରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଟିମ୍ । ଏବେ ଏନଆଇଏ ଦିଲ୍ଲୀ , ପଞ୍ଜାବ ସମେତ ଦେଶର ୬୦ ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ ଚଳାଇଛି ।

ଗ୍ୟାଙ୍ଗଷ୍ଟରମାନେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଜଣାପଡିଛି, ଯାହାର ଯୋଗାଯୋଗ ଜେଲ ଭିତରୁ ମଧ୍ୟ ହେଉଥିବା ଜଣାପଡିଛି ।  କୁହାଯାଉଥିଲା ଯେ ମୁସୱାଲାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟରମାନଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିଲା। ଏବଂ ସେମାନେ ଏହି ଲିଡରଙ୍କ ନିର୍ଦ୍ଦେଶରେ ବିଭିନ୍ନ ଅପରାଧ କରୁଥିଲେ । କିଛି ଅଭିଯୁକ୍ତ ଆତଙ୍କବାଦୀଙ୍କ ସହ ସମ୍ପର୍କକୁ ମଧ୍ୟ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ଏନଆଇଏ ଏହିପରି ଗ୍ୟାଙ୍ଗଷ୍ଟରଙ୍କ ‘ଆତଙ୍କବାଦୀ କନେକ୍ସନ ଜାଣିବା ପାଇଁ ଜୋରଦାର ରେଡ୍ ଚଳାଇଛି ।

ଏହି କ୍ରମରେ ଏନଆଇଏର ଟାର୍ଗେଟରେ ଅଛନ୍ତି ସିଙ୍ଗର ମୁସେୱାଲାଙ୍କ ହତ୍ୟାରେ ଜଡିତ ଥିବା ଗୋଲ୍ଡି ଓ ବିଷ୍ଣୋଇ । ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରମାନଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଦେଶର ଅନେକ ସ୍ଥାନରେ ଚଢାଉ କରିଛି। ଏମାନଙ୍କର ଆଡ୍ଡା ଏବେ ଏନଆଇଏର ରାଡାରରେ ରହିଛଇ ।  ତଦନ୍ତକାରୀ ସଂସ୍ଥା  ଗ୍ୟାଙ୍ଗଷ୍ଟରଙ୍କ ଅନେକ ସ୍ଥାନରେ ଚଢାଉ କରିଛି। ଗତ କିଛି ଅନୁସନ୍ଧାନରେ ଆଇଏସଆଇ ଏବଂ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ନେକ୍ସସ୍ ସାମ୍ନାକୁ ଆସିଛି। ଦେଶରେ ଆତଙ୍କର ଷଡଯନ୍ତ୍ରରେ ଆତଙ୍କବାଦୀଙ୍କ ସହ ସହଯୋଗ କରିଥିବା ଏହି ଗ୍ୟାଙ୍ଗଷ୍ଟରମାନଙ୍କ ବିରୋଧରେ ଏନଆଇଏ ଦେଶର ପ୍ରତ୍ୟେକ କୋଣରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣାପଡିଛି ।