ପୂଜା ପାଇଁ ସ୍ପେଶାଲ ଡ୍ରାଇଭ୍ : ରାଜଧାନୀରେ ସ୍ୱତନ୍ତ୍ର ବାଇକ୍ ପେଟ୍ରୋଲିଂ ଆରମ୍ଭ

87

କନକ ବ୍ୟୁରୋ : ପୂଜା ପାଇଁ ଟିମ୍-୬୦ ଓ ଟ୍ରାଫିକ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ପାର୍ବଣରେ ବଢୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ବାଇକ୍ ପେଟ୍ରୋଲିଂ ଆରମ୍ଭ ହୋଇଛି । ଟିମ୍-୬୦ ଓ ଟ୍ରାଫିକ୍ ପୋଲିସ ମିଳିତ ଭାବେ ରାଜଧାନୀରେ ପଇଁତରା ମାରିଛନ୍ତି । ଗଳିକନ୍ଦିରେ ଜମିଥିବା ଖଟିକୁ ଭାଙ୍ଗିବା ସହ ଖୋଲାରେ ମଦ ପିଉଥିବା ପ୍ରାୟ ୨୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏହିପରି ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିବ ବୋଲି ସୂଚନା ମିଳିଛି ।