ରାଜ୍ୟରେ ବଢ଼ୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୫୭୬ ଜଣ ଆକ୍ରାନ୍ତ ଚିହ୍ନଟ; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକ

99

କନକ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୫୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକର ସଂକ୍ରମଣ ।

ଦିନକୁ ଦିନ ଏଠି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧାରୁ ୨୦୪ ଜଣ ଆକ୍ରାନ୍ତ ଥିବା ବେଳେ କଟକରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୪୨ଜଣ ଅଛନ୍ତି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪ ରହିଛି । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୧ ହଜାର ୨୯୮ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ହଜାର ୨୭ ରହିଛି ।