ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ

167

କନକ ବ୍ୟୁରୋ: ଆଜିର ଏସିଆ କପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେପାଳ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ମାତ୍ର ୨୩୦ ରନରେ ଅଲ ଆଉଟ ହୋଇଯାଇଛି । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ନେପାଳ ୨୩୦ ରନରେ ଅସଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୩୧ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରଚ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରିଥିଲା ନେପାଳ । ନେପାଳ ପକ୍ଷରୁ ଆସିଫ ସେଖ ୫୮, ସୋମପାଲ କାମି ୪୮ ଓ କୁଶେଲ ଭୂତେଲ ୩୮ ରନ କରିଥିଲେ । ପରେ ଦଳ ୪୮ ଓଭର ୨ଟି ବଲ ଖେଳି ୨୩୦ ରନରେ ଅଲଆଉଟ ହୋଇଯାଇଥିଲା ।