ଡଟଫେଷ୍ଟରେ ଶୁଣିବାକୁ ମିଳିଲା କଣ୍ଠଶିଳ୍ପୀଙ୍କ ଯାଦୁ : ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

145

କନକ ବ୍ୟୁରୋ : ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ । ନୀତି ମୋହନଙ୍କ କଣ୍ଠରେ ରଙ୍ଗବତୀ ଗୀତ ସମସ୍ତଙ୍କୁ ମତୁଆଲା କରିଥିଲା । ଭୁବନେଶ୍ୱରରେ ଚାଲିଥିବା ଡଟଫେଷ୍ଟର ତୃତୀୟ ସଂଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଯାଦୁ ଦେଖିବାକୁ ମିଳିଥିଲା । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ମଞ୍ଚକୁ ଆସି ଆସର ଜମାଇଥିଲେ । ଏହା ପରେ ମଞ୍ଚକୁ ଓହ୍ଲାଇଥିଲେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ନୀତି ମୋହନ । ଓଡ଼ିଆରେ ବନ୍ଦେ ଉତ୍କଳ ଜନନୀ ଗାଇବା ସହ ସେ ଲୋକପ୍ରିୟ ରଙ୍ଗବତୀ ଗୀତ ଗାଇଥିଲେ । ନୀତି ମୋହନଙ୍କ ଗୀତରେ ଝୁମି ଉଠିଥିଲେ ଦର୍ଶକ ।

ଏହା ପରେ ପରେ ସେ ପରଷି ଦେଇଥିଲେ ଅନେକ ଲୋକପ୍ରିୟ ଗୀତ। ଇସ୍କ ୱାଲା ଲଭ୍‌, ଲଣ୍ଡନ ଠୁମକ ଦା, ବାରି ବର୍‌ସି ଖଟନ ଗୟା ସି, ଇସ୍କ ତେରା ତଡ଼ପାବେ, ତୁ ଖିଚ୍‌ ମେରେ ଫଟୋ, ଦମ୍ ମାରୋ ଦମ୍, ଲୈଲା ମେ ଲୈଲା, ହଙ୍ଗମା ହୋ ଗୟା, ବ୍ୟାଙ୍ଗ ବ୍ୟାଙ୍ଗ, କେ ଘୁଙ୍ଗୁରୁ ଟୁଟ୍‌ ଗୟେ, ଜିୟା ଜିୟା ଜିୟାରେ, ଦୋନୋ କି ବାତ ନସେଲି , ଆଁଖୋ କୋ ତେରି, ଲାଖୋ ମିଲେ, ନେନୋ ୱାଲେ ନେ… ଏମିତି କେତେ କ’ଣ । ପ୍ରତି ଗୀତ ଆରମ୍ଭ ହେଉ ହେଉ ଦର୍ଶକଙ୍କ ତାଳି ଓ ହ୍ବିସିଲ୍‌ରେ କମ୍ପୁଥିଲା ପ୍ରଦର୍ଶନୀ ପଡ଼ିଆ ।

ପ୍ରଜ୍ଞା ହୋତା ଅନେକ ମନଛୁଆଁ ଗୀତ ଗାଇଥିଲେ। ବିଶେଷକରି ‘ଗୁଆ ଘିଅ’ ଗୀତରେ ଦର୍ଶକ ନାଚିଥିଲେ। ଏହା ପରେ ଲଚକ୍‌ମଣୀ, ଓ ବେବି, ସୁନୟନା ତୋ ପାଇଁ ମୋ ଦିଲ୍‌ ଆସିକାନା ‌ପ୍ରଭୃତି ଚର୍ଚ୍ଚିତ ଗାଇ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଶେଷରେ ଆସିଥିଲେ ବଲିଉଡ୍‌ ଗାୟକ ଦିବ୍ୟ କୁମାର। ତାଙ୍କର ଏକାଧିକ ଗୀତରେ ପଞ୍ଜାବୀ ତଡ଼୍‌କା ଦର୍ଶକଙ୍କୁ ପସନ୍ଦ ଆସିଥିଲା‌ । ଆଜ ମେରା ଦିଲ ବୋଲେ ତାବା ତାବା, ତେରେ ବିନ ନେହିଁ ଲଗତା ଦିଲ ମେରା, ମନ ମସ୍ତ ମଗନ, ମେ ମନ୍ଦିର କ୍ୟୁ ଜାୱା, ଦିଲ ତୋ ବଚା ହେ ଜି, ସାରା ଜଗ ଛଡ଼କେ, କେଶରୀୟା ତେରା ଇସ୍କ, ଦମ୍ ମସ୍ତ କଲନ୍ଦର ମସ୍ତ, ମେରେ ସୋନିଆ ମେରେ ମେହେରବାନ, ଆଖିଆଁ ଲଡ଼ଗୟିୟା ପ୍ରଭୃତିରେ ଦର୍ଶକ ନାଚିଥିଲେ ।

ଆଜି କେବଳ ଓଡ଼ିଶାର କଳାକାର ସଙ୍ଗୀତ ପରିବେଷଣ କରି‌ବେ। ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ଋତୁରାଜ ମହାନ୍ତି ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତିଙ୍କୁ ଦର୍ଶକ ଡଟ୍‌ଫେଷ୍ଟ ମଞ୍ଚରେ ଦେଖିବାକୁ ପାଇବେ।