ଡଟଫେଷ୍ଟର ତୃତୀୟ ସନ୍ଧ୍ୟା : ମଞ୍ଚ ଉପରେ ହେଲା ଧାଙ୍ଗଡା ଧାଙ୍ଗଡି ବାହାଘର

104

କନକ ବ୍ୟୁରୋ : ମଞ୍ଚ ଉପରେ ହେଲା ଧାଙ୍ଗଡା ଧାଙ୍ଗଡି ବାହାଘର । କୋରାପୁଟର ଲୋକକଳା ଦେଖିଲେ ରାଜ୍ୟ ଓ ରାଜ୍ୟ ବାହାରର ଲୋକ । ଆଦିବାସୀ ‘ଭତ୍ରା’ ଜନଜାତିଙ୍କ ବିରଳ ବାହାଘରରେ ଦୁଲୁକିଲା ମଞ୍ଚ । ଭୁବନେଶ୍ୱର ଡଟ୍ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ । ଆଉ ଏହାରି ଭିତରେ ଖୋଲା ରହିଛି ନାଇଟ୍ ଫ୍ଲି ମାର୍କେଟ୍ ।

ସଂଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଲୋକମାନେ ଏଠାରେ ସାମଗ୍ରୀ କିଣିବା ସାଙ୍ଗକୁ ବିଭିନ୍ନ ମନୋରଞ୍ଜନ ଧର୍ମୀ ନାଚ ଗୀତର ମଜା ନେଉଛନ୍ତି ଦର୍ଶକ । ଗତକାଲି ତୃତୀୟ ସଂଧ୍ୟାରେ କୋରାପୁଟ କୋଟପାଡରୁ ଆସିଥିବା କଳାକାରମାନେ ନୃତ୍ୟ ପ୍ରଦର୍ଶିତ କରିଥିଲେ । ଯେଉଁଥିରେ ମୁଖ୍ୟ ଆକର୍ଷଣ ଥିଲା ଆଦିବାସୀ ‘ଭତ୍ରା’ ଜନଜାତିର ବାହାଘର ।